୧୬ ଜୁନ୍ ରୁ ୨୬ ଜୁନ୍ ପର୍ଯ୍ୟନ୍ତ ଦିଲ୍ଲୀରେ ହେବ ମହାନଦୀ ସମୀକ୍ଷା ବୈଠକ
ଭୁବନେଶ୍ୱର : ଆଜିଠାରୁ ୧୧ଦିନ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଠାରେ ହେବ ଓଡିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ସମ୍ପର୍କରେ ମାନସ ମନ୍ଥନ । ମହାନଦୀ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ୧୬ ଜୁନ୍ ରୁ ୨୬ ଜୁନ୍ ପର୍ଯ୍ୟନ୍ତ ମହାନଦୀର ମୁଖ୍ୟ ପ୍ରସଙ୍ଗ ଗୁଡିକ ଉପରେ ହେବ ବ୍ୟାପକ ଚର୍ଚ୍ଚା ଆଲୋଚନା। ମହାନଦୀର ଜଳ ବଣ୍ଟନ, ଜଳ ବ୍ୟବହାର ଏବଂ ଦୁଇ ରାଜ୍ୟର ଦାବି-ଆପତ୍ତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହେବ । ଟ୍ରିବ୍ୟୁନାଲର ପୂର୍ବ ଶୁଣାଣି ସମୟରେ ଦୁଇ ରାଜ୍ୟ ଛତିଶଗଡ଼ ଏବଂ ଓଡ଼ିଶା ତରଫରୁ ଏନେଇ ନିବେଦନ କରିଥିଲେ ।
ଉଭୟ ରାଜ୍ୟର ଟେକ୍ନିକାଲ ଟିମ୍ ଏବଂ ଲିଗାଲ ଟିମ୍ ଆଲୋଚନା କରିବେ ବୋଲି ପୂର୍ବ ଶୁଣାଣି ସମୟରେ କହିଥିଲେ ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ । ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ଜଳ ଆୟୋଗ (CWC)ର ସହଯୋଗ ମଧ୍ୟ ନିଆଯିବ। ଆଲୋଚନାର ଫଳାଫଳ ଟ୍ରିବ୍ୟୁନାଲ ପାଖରେ ଦାଖଲ କରିବେ ଉଭୟ ରାଜ୍ୟ । ୨୭ ଜୁନରେ ମାମଲାର ପରଵର୍ତ୍ତୀ ଶୁଣାଣି ହେବ।
Tags:




