ମହାନଦୀ ସମସ୍ୟାର ସମାଧାନ ହେବ - AG

ମହାନଦୀ ସମସ୍ୟାର ସମାଧାନ ହେବ - AG
Samaya Live News Picture
Published On

ଭୁବନେଶ୍ବର: ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲର ବୈଠକ ପରେ ଏଜି ପୀତାମ୍ବର ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ମହାନଦୀ ସମସ୍ୟାର ସମାଧାନ ହେବ । ଓଡିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯିବ । ସମାଧାନର ବାଟ ଖୋଜା ଚାଲିଛି, ମୁଁ ଆଶାବାଦୀ ନିଶ୍ଚୟ ସମାଧାନ ହେବ । ନୂଆ ସରକାର ଆସିବା ପରେ ଉଦ୍ୟମ ଆରମ୍ଭ କରିଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ଆପୋଷ ମିଳାମିଶା ଜରିଆରେ ସମାଧାନ ହେବ । ଓଡିଶାବାସୀ ମହାନଦୀ ଜଳର କିପରି ସୁବିନିଯୋଗ କରିବେ ବ୍ୟବସ୍ଥା ହେବ । ଓଡିଶା ନିଶ୍ଚୟ ତାର ହକ ପାଇବ , ଏଥିପାଇଁ ଉଦ୍ୟମ ଜାରି ରହିଛି ।

ସୂଚନାନୁସାରେ,ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍। ନୂଆ ଟ୍ରିବ୍ୟୁନାଲ୍‌ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଓ ସେମାନଙ୍କ ପରିବାର ସଦସ୍ୟ  ଗୁରୁବାର ସନ୍ଧ୍ୟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିଥିଲେ ।

ଶୁକ୍ରବାର ଦିନ ୧୦ଟାରେ ଏହି ଟିମ୍‌ ସହିତ ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ହୀରାକୁଦ ନଦୀବନ୍ଧର ଡାହାଣ ସ୍ପିଲୱେ ପରିଦର୍ଶନ କରି ସାଢ଼େ ଏଗାରଟାରେ ବୁର୍ଲା ପାୱାର ହାଉସ୍‌ ପରିଦର୍ଶନ କରିଛନ୍ତି । ଅପରାହ୍ଣ ୩ଟାରେ ଚିପିଲିମା ପାୱାର ହାଉସ୍‌ ପରିଦର୍ଶନ ପରେ ହୀରାକୁଦ କମାଣ୍ଡ ଅଞ୍ଚଳ ସହ ଡେବ୍ରିଗଡ଼ ଅଭୟାରଣ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।  ଏହି ଅବସରରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ଏଜି ପୀତାମ୍ବର ଆଚାର୍ଯ୍ୟ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶାର ସ୍ବାର୍ଥ ସହିତ କୌଣସି ବୁଝାମଣା କରାଯିବ ନାହିଁ ବୋଲି କହିଛନ୍ତି। ଟ୍ରିବ୍ୟୁନାଲ୍‌ ସଦସ୍ୟଙ୍କ ପରିଦର୍ଶନ ସମୟରେ ଉପସ୍ଥିତ ରହିବା ପାଇଁ ଛତିଶଗଡ଼ ଜଳସଂପଦ ବିଭାଗର ଏକ ୧୦ ଜଣିଆ ଟିମ୍‌ ମଧ୍ୟ ସମ୍ବଲପୁର ପହଞ୍ଚିଛନ୍ତି।

Tags: