ମହାଭାରତ ନାଟକରୁ ଗାଁ ରେ ମହାଭାରତ

ମହାଭାରତ ନାଟକରୁ ଗାଁ ରେ ମହାଭାରତ
Samaya Live News Picture
Published On

ଗଞ୍ଜାମ : ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ଗଞ୍ଜାମ ଜିଲ୍ଲା । ଆଇନ-କାନୁନ କୁ ନାହିଁ ଖାତିର । କଥା କଥାକେ ଗୁଳି ଗୋଳା ସହ ଠେଙ୍ଗା ପଥରମାଡ କରିବାକୁ ପଛାଉ ନାହାନ୍ତି ଲୋକେ । ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମାର୍କଣ୍ଡି ଗ୍ରାମରେ। ଦୁଇ ଗୋଷ୍ଠୀ ମଧ୍ୟରେ ମହାଭାରତ ଘଟିଛି । ଗାଁରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ସାରା ଗାଁ ଉତ୍ସବମୁଖର ଥିଲା । ଏହି ସମୟରେ ଗାଁରେ 

ODRP କଲୋନୀ ନିକଟରେ ଦୁଇଟି ଅଲଗା ଅଲଗା ମହାଭାରତ ଦଳ ନାଟକ ପ୍ରଦର୍ଶନ କରୁଥିଲେ। ବିଳମ୍ବିତ ରାତିରେ କୌଣସି କାରଣକୁ କିଛି ଯୁବକଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଉଭୟ ଗୋଷ୍ଠୀର ଯୁବକମାନେ ଉତ୍ତ୍ୟକ୍ତ ହୋଇ ପରସ୍ପର ଉପରକୁ ପଥର ମାଡ଼ କରିବା ସହ ଠେଙ୍ଗା ଓ ବାଡ଼ିରେ ଆକ୍ରମଣ କରିଥିଲେ। 

ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ବ୍ରହ୍ମପୁରର MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବା ସହ ତଦନ୍ତ ଆରମ୍ଭ କରିଛି। 

 

Tags: