ମାଧୁରୀ ଦୀକ୍ଷିତ ନେଇଛନ୍ତି ୧ କୋଟି ୬୦ ଲକ୍ଷ

ମାଧୁରୀ ଦୀକ୍ଷିତ ନେଇଛନ୍ତି ୧ କୋଟି ୬୦ ଲକ୍ଷ

ଭୁବନେଶ୍ୱର : ମାଧୁରୀ ନେଇଛନ୍ତି ୧ କୋଟି ୬୦ ଲକ୍ଷ । ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ କହିଛନ୍ତି ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ୨୦୨୫ରେ ନିଯୁକ୍ତି କରାଯାଇଛି । ଏଥିପାଇଁ  ମାଧୁରୀ ଦିକ୍ଷୀତ ନେନେ ନେଇଛନ୍ତି ୧ କୋଟି ୬୦ ଲକ୍ଷ । ଏହାସହିତ ଯିବା ଆସିବା ବିମାନ ଟିକେଟ ଖର୍ଚ୍ଚ ,ରହିବା ଖାଇବା ପାଇଁ ହୋଟେଲ ଖର୍ଚ୍ଚ କରିଥିଲେ ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର ଧାନ ପାଇଁ ଗଲା ୨ ଚାଷୀଙ୍କ ଜୀବନ

ଓଡିଶା ହସ୍ତତନ୍ତର ଚାହିଦାକୁ ଆନ୍ତର୍ଜାତୀୟ ବଜାରରେ ବ୍ୟାପକ କରିବା ପାଇଁ, ବିଶ୍ବ ସ୍ତରରେ ଖ୍ୟାତି ସମ୍ପର୍ଣ୍ଣ ବଲିଉଡ ଅଭିନେତ୍ରୀ ଶ୍ରୀମତୀ ମାଧୁରୀ ଦିକ୍ଷୀତ ନେନେଙ୍କୁ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି କରାଯାଇଛି। ଯାହା ଦ୍ବାରା ଓଡିଶାର ପାରମ୍ପରିକ ହସ୍ତତନ୍ତ କଳା ଓ ସୁନାମ ବିଶ୍ବର କୋଣ ଅନୁକୋଣରେ ପହଞ୍ଚା ଯାଇପାରିବ ଏବଂ ଓଡିଶାର ବୁଣାକାର ମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ।

ସମ୍ବନ୍ଧିତ ଖବର ଆରମ୍ଭ ହେଲା ରତ୍ନଭଣ୍ଡାର SOP କୁ ନେଇ ବୈଠକ

 

ସମ୍ବନ୍ଧିତ ଖବର ଓଡିଶା ଭିଜିଲାନ୍ସ ରେ ରେକର୍ଡ ,ଖଣି ଅଧିକାରୀଙ୍କ ଘରୁ ମିଳିଲା ନଗଦ ୪ କୋଟିରୁ ଉର୍ଦ୍ଧ୍ବ

Tags: