ମଧ୍ୟାହ୍ନ ଭୋଜନରେ ଝିଟିପିଟି , ୩୩ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ଝିଟିପିଟି , ୩୩ ଛାତ୍ରଛାତ୍ରୀ ଅସୁସ୍ଥ
Samaya Live News Picture
Published On

ନିମାପଡା : ସ୍କୁଲ ମଧ୍ୟାହ୍ନ ଭୋଜନରେ ପୁଣି ବଡ଼ ଧରଣର ଅବହେଳା । ଖାଦ୍ୟରେ ଝିଟିପିଟି ପଡ଼ିବା ଯୋଗୁଁ ଅସୁସ୍ଥ ହୋଇପଡ଼ିଛନ୍ତି ୩୩ ଜଣ ଛାତ୍ରଛାତ୍ରୀ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଗୋଡ଼ିପୁଟ ମାଟିଆପଡ଼ା ପଞ୍ଚାୟତସ୍ଥିତ ଅରାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁରୀ ବଡ ମେଡିକାଲ ଟିମ୍ ଆସି ଚିକିତ୍ସା ଜାରି ରଖିଛନ୍ତି ।

ଗତକାଲି ବିଦ୍ୟାଳୟରେ ଖେଳଛୁଟି ସମୟରେ ନିୟମିତ ସୂଚୀ ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନଭୋଜନ ପରିବେଷଣ କରାଯାଇଥିଲା । ପିଲାମାନେ ଖାଇବାର କିଛି ସମୟ ମଧ୍ୟରେ କିଛି ଛାତ୍ରଛାତ୍ରୀ ହଠାତ୍ ଦେହ ଅସୁସ୍ଥ ଲାଗୁଥିବା ଶିକ୍ଷକଙ୍କୁ ଜଣାଇଥିଲେ । ତୁରନ୍ତ ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତର କହିଛନ୍ତି ।

Tags: