ଏଲପିଜି ସିଲିଣ୍ଡର ଦର ବୃଦ୍ଧି

ଘରୋଇ ସିଲିଣ୍ଡର ୬୦ ଏବଂ ବାଣିଜ୍ୟିକ ୧୧୫ ଟଙ୍କା ବୃଦ୍ଧି

ଏଲପିଜି ସିଲିଣ୍ଡର ଦର ବୃଦ୍ଧି

ଭୁବନେଶ୍ୱର : ରୋଷେଇ ଘରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ। ଅହେତୁକ ବଜାର ଦର ବୃଦ୍ଧିରେ ଖାଉଟି ସନ୍ତୁଳି ହେଉଥିବାବେଳେ ପୁଣି ଥରେ ବୋଝ ଉପରେ ନଳିତା ବିଡା ସଦୃଶ ବୃଦ୍ଧି ପାଇଛି ରନ୍ଧନ ଗ୍ୟାସ ସିଲିଣ୍ଡର ଦର । ଆଜିଠାରୁ ଘରୋଇ ରନ୍ଧନ ଗ୍ୟାସ ଦର ଏକାଥରକେ ୬୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ବାଣିଜ୍ୟିକ ଗ୍ୟାସ ଦର ମଧ୍ୟ ୧୧୫ ଟଙ୍କା ବୃଦ୍ଧି ପାଇଛି । ୬୦ ଟଙ୍କା ମହଙ୍ଗା ହେବା ପରେ, ଘରୋଇ ସିଲିଣ୍ଡର କୋଲକାତାରେ ୮୭୯ ଟଙ୍କା ବଦଳରେ ୯୩୯ ଟଙ୍କା ହେବ। ସେହିପରି ବାଣିଜ୍ୟିକ ସିଲିଣ୍ଡର ୧୮୭୫ ଟଙ୍କା ବଦଳରେ ୧୯୯୧ ଟଙ୍କାରେ ଉପଲବ୍ଧ ହେବ। 

ସମ୍ବନ୍ଧିତ ଖବର ମେ' ରେ ବାହାରିବ ମାଟ୍ରିକ ପରୀକ୍ଷାଫଳ ଦେଲେ ବୋର୍ଡ ସଭାପତି

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଏହାର ପ୍ରଭାବ ଭାରତୀୟ ଅଶୋଧିତ ତୈଳ ବଜାର ଉପରେ ସିଧାସଳଖ ପଡୁଥିବା କୁହାଯାଉଛି । ଏହା ଦ୍ବାରା ଦେଶର କୋଟିକୋଟି ଲୋକ ଆର୍ଥିକ ପ୍ରଭାବିତ ହୋଇଛନ୍ତି। ସାରା ଦେଶରେ ଆଜିଠାରୁ ଘରୋଇ ଏଲପିଜି  ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ଏବଂ  ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧୫ ଟଙ୍କା ବୃଦ୍ଧି କରାଯାଇଛି । ଏହି ଦର ଆଜିଠାରୁ ଲାଗୁ ହେବ ବୋଲି ସୂଚନା ଦିଆଯାଇଛି । ସେପଟେ ଏଲପିଜି ଉତ୍ପାଦନ ବଢାଇବାକୁ କମ୍ପାନୀ ଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ।

ସମ୍ବନ୍ଧିତ ଖବର ଯୁଦ୍ଧର ପ୍ରଭାବ ବଢ଼ିଲା ସୁନା ଦର

Tags: