୫ ଜିଲ୍ଲାକୁ ଲଘୁଚାପ ସତର୍କତା

୫ ଜିଲ୍ଲାକୁ ଲଘୁଚାପ ସତର୍କତା
Samaya Live News Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଜିଲ୍ଲାରେ ପଶ୍ଚିମା ଝଡ଼ ପ୍ରଭାବ ଜାରି ରହିବ। ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ତେଣୁ  ଆଜି ଏହି ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପରବର୍ତ୍ତୀ ସମୟରେ ପାଗରେ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି

ଗତକାଲି କିଛି କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଟକା ପବନ ବି ଅନୁଭୂତ ହୋଇଥିଲା । ମୟୂରଭଞ୍ଜ, କେନ୍ଦୁଝର, ଗଜପତି, କୋରାପୁଟ, ସମ୍ବଲପୁର, ନୂଆପଡ଼ା, ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାରେ ସାମାନ୍ୟ ଅଧିକ ବର୍ଷା ରେକର୍ଡ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ସର୍ବାଧିକ ୪୦.୪ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ୨୯.୪ ମିମି, ଗଜପତି ଜିଲ୍ଲାର ଆର୍.ଉଦୟଗିରିରେ ୨୮.୨ ମିମି, ଭୁବନେଶ୍ବରରେ ୧୭.୬ ମିମି, କୋରାପୁଟ ଜିଲ୍ଲା ପଟାଙ୍ଗିରେ ୧୧.୨ ମିମି ବର୍ଷା ରେକର୍ଡ ହୋଇଛି। 

ଅନ୍ୟପଟେ ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଉଚ୍ଚରେ ଉତ୍ତର ଉପକୂଳ ଓଡ଼ିଶା ସଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଲଘୁଚାପ ଦୁର୍ବଳ ହେବା ଫଳରେ ରାଜ୍ୟରେ ପାଗ ଶୁଖିଲା ରହିବ ।

 

 

Tags: