୧୧ ରେ ଲଘୁଚାପ ସମ୍ଭାବନା

୧୧ ରେ ଲଘୁଚାପ ସମ୍ଭାବନା
Samaya Live News Picture
Published On

ଭୁବନେଶ୍ୱର : କିଛି ଦିନର ବିରତି ପରେ ପୁଣି ବର୍ଷାରେ ଭିଜିବ ଓଡିଶା । ୧୧ତାରିଖ ବେଳକୁ ସୃଷ୍ଟି ହେବ ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ  ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୦ ଓ ୧୧ ତାରିଖ ବେଳକୁ ଏହା ଲଘୁଚାପ ର ରୂପ ନେବ । ଏହା ପ୍ରଭାବରେ ୯ ତାରିଖରୁ ଉତ୍ତର ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ ପୁଣି ବର୍ଷା ଜୋର ଧରିବ । ଏହାପରେ ପୁଣି ୧୭ ରୁ ୨୦ ତାରିଖ ଭିତରେ ବଙ୍ଗୋପସାଗରରେ ଆଉ  ଏକ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ପୁଣି ବର୍ଷା ବଢ଼ିବ। ୯ ତାରିଖ ରୁ  ୨୦ ତାରିଖ ଯାଏଁ ଉପକୂଳ ଓଡିଶା ବିଶେଷକରି ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

 ବର୍ତ୍ତ୍‌ମାନ ମୌସୁମୀ ଜନିତ ଟ୍ରଫ୍‌ ଗଙ୍ଗାନଗର, ଉତ୍ତପପ୍ରଦେଶଠାରୁ ନେଇ ଉତ୍ତରପୂର୍ବ ବଙ୍ଗୋପସାଗର ମଧ୍ୟରେ ରହିଛି। ଏହାଫଳରେ କାଁ ଭାଁ ସ୍ଥାନରେ ବର୍ଷା ହେଉଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବିଶେଷ ବର୍ଷା ନ ଥିଲେ ମଧ୍ୟ ଏହି ସମୟରେ କିଛି କିଛି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହବାର ସମ୍ଭାବନା ରହିଛି।

ମଙ୍ଗଳବାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା ଓ ସୁନ୍ଦରଗଡ ଏହି ୧୫ ଜିଲ୍ଲାରେ ବିଜୁଳି ଘଡଘଡି ସହ କାଁ ଭାଁ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ଆସନ୍ତା ୯ ତାରିଖରୁ ବର୍ଷା ବଢିବା ସହ ମୟୂରଭଞ୍ଜ ବାଲେଶ୍ୱର ଓ କେନ୍ଦୁଝରରେ ପ୍ରବଳ ବର୍ଷା ସହ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ କିଛି କିଛି ଅଞ୍ଚଳରେ ଭଲ ବର୍ଷା ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲା ପାଇଁଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । 

 

Tags: