ଆସୁଛି ଲଘୁଚାପ, କମିବ ତାତି

ଆସୁଛି ଲଘୁଚାପ, କମିବ ତାତି
Samaya Live News Picture
Published On

ଭୁବନେଶ୍ୱର : ତାତିରୁ ମିଳିବ ତ୍ରାହି , ଆସୁଛି ଲଘୁଚାପ । ଆଇଏମଡିର ଆକଳନ ଅନୁସାରେ ଆସନ୍ତା ୨୮ ଓ ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ପଶ୍ଚିମ-ପଶ୍ଚିମ ଦିଗରେ ଗତି କରିପାରେ । ଓଡିଶା ଉପରେ ଆଜି ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ପ୍ରଭାବରେ ଆଜି କାଳବୈଶାଖୀ ପ୍ରଭାବ ଜୋର ରହିବ । ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାତିରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିବ । 

ଅନ୍ୟପଟେ ଆକାଶରୁ ବର୍ଷୁଛି ନିଆଁପିଣ୍ଡୁଳା । ପ୍ରଚଣ୍ଡ ରୌଦ୍ର ତାପ ଓ ଗୁଳୁଗୁଳିରେ ଆଉଟପାଉଟ ହେଉଛି ପୂରା ଓଡ଼ିଶା । ଏମିତିକି ରାଜ୍ୟରେ ୪୬ ଡିଗ୍ରୀ ଛୁଇଁଲାଣି ପାରା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ତାତିରୁ ନିସ୍ତାର ନାହିଁ । ଆସନ୍ତା ୨୬ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି । ଏମିତିକି ତାପମାତ୍ରା ଆହୁରି ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି ଆକଳନ କରାଯାଉଛି । 

 

Tags: