ବଙ୍ଗୋପସାଗରରେ ଦାନ ବାନ୍ଧୁଛି ଲଘୁଚାପ
ଭୁବନେଶ୍ୱର : ଆସୁଛି ଲଘୁଚାପ । ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା । ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଏହା ପ୍ରଭାବରେ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ହେବ । ତାମିଲନାଡୁ,ପୁଡୁଚେରୀ ଏବଂକେରଳରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ । ଗତ ସପ୍ତାହରେ ବର୍ଷା ସମ୍ଭାବନା ଥିଲା । ବର୍ଷା ଯୋଗୁ ଭାରତ – ପାକ୍ ଟି -୨୦ ମ୍ୟାଚ ବାଧାପ୍ରାପ୍ତ ହେବାର ସମ୍ଭାବନା ଥିଲା । କିନ୍ତୁ ଚଳିତ ସପ୍ତାହରେ ବର୍ଷା ହେବ କହିଛନ୍ତି ଜାସନ ନିକୋଲ୍ସ ।
ସେପଟେ ବର୍ଷ ଶେଷ ଆଡ଼କୁ ଫେରିବ ElNino । ପାସିଫିକ୍ ମେରିଡାୟୋନାଲ୍ ମୋଡ୍ (PMM) ଏବଂ ଦକ୍ଷିଣ ପାସିଫିକ୍ ମେରିଡାୟୋନାଲ୍ ମୋଡ୍ (SPMM) ପରସ୍ପର ସହିତ ପର୍ଯ୍ୟାୟରେ ପ୍ରବେଶ କରୁଛନ୍ତି । ଉଭୟ ଉଷ୍ଣତା ElNino ପାଇଁ ଏକ ଭଲ ସଙ୍କେତ ବୋଲି କହିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ । ତେବେ ଓଡିଶା ଉପରେ ଲଘୁଚାପ ର ପରାଭବ ରହିବ କି ନାହିଁ ଏବିଷୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ I



