କମିଲା ଭକ୍ତ ନିବାସ ପାର୍କିଂ ଫି'
ପୁରୀ : ସରିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସିଥିବା ଏହି ବୈଠକରେ ଗଜପତି ମହାରାଜା ଅଧ୍ୟକ୍ଷତା କରିଥିଲେ । ବୈଠକରେ ଅନ୍ୟାନ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ସହିତ ବର୍ଦ୍ଧିତ ପାର୍କିଂ ଫି' (୫୦୦) ଟଙ୍କାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁସାରେ ପାର୍କିଂ ଫି; ହ୍ରାସ କରାଯାଇ ୨୪୦ ଟଙ୍କା ରଖାଯାଇଛି । କିଛି ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ନିବାସରେ ଚାରିଚକିଆ ଯାନ ପାଇଁ ପାର୍କିଂ ଫି ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଷ୍ପତ୍ତିରୁ ଓହରିନଥିଲା । ଏପିରିକି ପାର୍କିଂ ଫି ବୃଦ୍ଧି ନିଷ୍ପତ୍ତିରୁ ପ୍ରଶାସନ ଓହରିବ ନାହିଁ ବୋଲି କହିଥିଲା ପ୍ରଶାସନ । ସେ କହିଛନ୍ତି ପାର୍କିଂ ଫି’ ୫୦୦ଟଙ୍କା ପ୍ରସଙ୍ଗରେ ଆରଲୋଚନା ହେଲା । ରାଜସ୍ୱ ଆୟ ବୃଦ୍ଧି କରିବା ଆମର ଆଭିପ୍ରାୟ ନୁହେଁ । ପରିଚାଳନା କମିଟିରେ ପାର୍କିଂ ଫି’ ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏସ୍ଓପି ଆସିଲା ପରେ ରତ୍ନଭଣ୍ଡାର ଗଣତିମଣତି ହେବ ।



