ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ
Samaya Live News Picture
Published On

ପୁରୀ : ଶ୍ରୀ ମନ୍ଦିରରେ ବଡ଼ଠାକୁରଙ୍କ ମହାସ୍ନାନ । ପ୍ରାୟ ୧ ଘଣ୍ଟା ପାଇଁ ବନ୍ଦ ରହିଲା ସାଧାରଣ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସୂଚନା ।

ବୁଧବାର ସକାଳୁ ଶ୍ରୀମନ୍ଦିରର ଦ୍ୱାର ଫିଟା ନୀତି ପରେ ଚାଲିଥିଲା ନୀତି । ସମୟ ଗଡ଼ିବା ସହ ଠିକଠାକ୍ ଚାଲିଥିଲା ନୀତି । ଠାକୁରଙ୍କ ଅବକାଶ ପୂଜା ପରେ ଜଣେ ସେବାୟତ ପ୍ୟାଣ୍ଟ ସାର୍ଟ ପିନ୍ଧି ମହାପ୍ରଭୁଙ୍କୁ ଛୁଇଁ ଦେଇଥିଲେ । ଯାହାଫଳରେ ମହାପ୍ରଭୁ ମହାସ୍ନାନ କରାଯାଇଛି l ତେବେ ମହାପ୍ରଭୁଙ୍କ ମହାସ୍ନାନ ଲାଗି ସାଧାରଣ ଦର୍ଶନ ବନ୍ଦ ରହିଛି । ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ l ତେବେ ଠାକୁରଙ୍କ ମହାସ୍ନାନ ପରେ ପୁନଃଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି  l 

ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ ଯଦି କେହି ସେବାୟତ କି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବଶତଃ ଶରୀରରୁ ରକ୍ତ ପଡେ କିମ୍ବା ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ଏହାପରେ ଠାକୁରଙ୍କର ମହାସ୍ନାନ କରାଯାଇଥାଏ ।

Tags: