ଟେଟ୍ରା ପ୍ୟାକ ରେ ମିଳିବ ମଦ
ଭୁବନେଶ୍ୱର : ଏଣିକି କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକ ରେ ମିଳିବ ମଦ । ପରିବେଶ ସୁରକ୍ଷା ପାଇଁ ଅନୁକୂଳ ହେବ ଟେଟ୍ରା ପ୍ୟାକ । ସଫ୍ଟ ଡ୍ରିଙ୍କ ଭଳି ମଦର ପ୍ୟାକିଂ ହେବ । ରାଜ୍ୟରେ ମଦ ପ୍ୟାକିଂକୁ ନେଇ ଆଜି ଗୃହରେ ବଡ଼ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି,ଏଣିକି ଆଉ କାଚ ବୋତଲରେ ମିଳିବ ନାହିଁ ମଦ ।କାଚ ବୋତଲ ବଦଳରେ ଫ୍ରୁଟି ଭଳି ମୋଟା କାଗଜ ଖୋଳରେ ଏଣିକି ମଦ ମିଳିବ।
ରାଜ୍ୟରେ କ୍ରମାଗତ ଭାବେ ମଦ ବିକ୍ରି ବଢ଼ି ଚାଲିଛି। ୧୦ ମାସରେ ୬ହଜାର ୫୬୯ କୋଟି ଟଙ୍କାର ରାଜ୍ୟବାସୀମଦ ପିଇଛନ୍ତି । ୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିବାବେଳେ ୨୦୨୪-୨୫ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ ହୋଇଥିବା ମନ୍ତ୍ରୀ କହିଛନ୍ତି।
Tags:



