କ୍ଷୀର ଗାଡ଼ିରୁ ମଦ ଚାଲାଣ, ୨ ଅଟକ

କ୍ଷୀର ଜାରରେ ଗଞ୍ଜେଇ ବେପାର ,୨ ଅଟକ

କ୍ଷୀର ଗାଡ଼ିରୁ ମଦ ଚାଲାଣ, ୨ ଅଟକ
Samaya Live News Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ଟିମର ସଫଳତା । ମଦ ଚୋରା କାରବାର ପାଇଁ ନୂଆ ଫଣ୍ଡା । ଫୁଲବାଣୀରୁ ଭୁବନେଶ୍ୱର ଆସୁଥିବା କ୍ଷୀର ଗାଡ଼ିରେ ଭୁବନେଶ୍ୱରକୁ ଆସୁଥିଲା ଦେଶୀ ଚୋରା ମଦ । ଗାଡିକୁ ପିଛା କରି ଭୁବନେଶ୍ୱର ପଟିଆ ଅଞ୍ଚଳରୁ ଅଟକ ରଖିଛି ପୋଲିସ । ଟାଟା ଏସିରେ ଦେଶୀ ମଦ ଚାଲାଣ ବେଳେ ଧରିଲା ଅବକାରୀ ମୋବାଇଲ୍ ୟୁନିଟ । ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ମିଲ୍କ ଭ୍ୟାନରେ ଯାଉଥିଲା ଦେଶୀ ମଦ। ଗାଡି ଭିତରୁ ସମୁଦାୟ ଏକ ହଜାର ୮୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଅଭିଯୁକ୍ତ ସେକ ଇସମାଇଲ ଖାନକୁ କାବୁ କଲା ଟିମ୍। ଗାଡ଼ିରେ ମିଲ୍କ ଡେଲିଭେରି ଆଳରେ ଚାଲୁଥିଲା କାରବାର । ଏନେଇ ପିଛା କରୁଥିଲା ଅବକାରୀ ଟିମ୍ । fg

ସେହିପରି କାଉଡ଼ିଆ ବେଶରେ ଗଞ୍ଜେଇ ବେପାର ହେଉଥିଲା । ଗେରୁଆ ବସ୍ତ୍ର ପିନ୍ଧି କାରରେ କରୁଥିଲେ ଗଞ୍ଜେଇ ଚାଲାଣ କରାଯାଉଥିଲା । ଫୁଲବାଣୀ ସଦର ପୁଲିସ ଚଢ଼ାଉ କରି ୬୦ କେଜି ଗଞ୍ଜେଇ ସହ ଏକ ଓମ୍ନି ଗାଡ଼ି ଜବତ କରିଛି । ଏହି ଘଟଣାରେ ଉତ୍ତରପ୍ରଦେଶର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାର ମହମ୍ମଦ ଅରବାଜ ଖାନ ଏବଂ ଗୋଣ୍ଡା ଜିଲ୍ଲାର କରାମତ ଅଲ୍ଲୀ । 

ସୂଚନା ମିଳିବା ପରେ ଏସ୍‌ଆଇ ସମ୍ବିତ କୁମାର ବେହେରାଙ୍କ ନେତୃତ୍ୱରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଅଭିଯାନ ଆରମ୍ଭ କରିଥିଲା । ସଦର ଥାନା ଅନ୍ତର୍ଗତ ବରପଦା ନିକଟରେ ପୁଲିସ ଚଢ଼ାଉ କରି ଗାଡ଼ିଟିକୁ ଅଟକାଇଥିଲା । ଗାଡ଼ିରେ ଯାଞ୍ଚ କରିବା ପରେ ପୁଲିସ ୬୦ କେଜି ଗଞ୍ଜେଇ ଠାବ କରିଥିଲା । ଏହାପରେ ଗାଡ଼ି ସହ ଗଞ୍ଜେଇକୁ ଜବତ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା ସଦର ପୁଲିସ ।

Tags: