ମଦ ମୁକ୍ତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ଫେବୃଆରୀ ୦୮: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ଅବକାରୀ ବିଭାଗ କଡା ପଦକ୍ଷେପ ନେଇଛି। ନିର୍ବାଚନକୁ ମଦ ତଥା ନିଶା ମୁକ୍ତ କରିବା ପାଇଁ ସଂମ୍ପୃକ୍ତ ବ୍ଲକ ଅଞ୍ଚଳରେ ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ଗୁଡିକ ବନ୍ଦ ରହିବ। ଏହି ନିୟମ ଭୋଟ ଗ୍ରହଣ ପୂର୍ବ ଓ ସେହି ଦିନ ଲାଗୁ ରହିବ। ଏଥିପାଇଁ ଏହି ଦିନ ଗୁଡିକୁ ଡ୍ରାଏ ଡେ ଭାବରେ ଘୋଷଣା […]

Samaya Live Picture
Published On

ଭୁବନେଶ୍ୱର: ଫେବୃଆରୀ ୦୮: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ଅବକାରୀ ବିଭାଗ କଡା ପଦକ୍ଷେପ ନେଇଛି। ନିର୍ବାଚନକୁ ମଦ ତଥା ନିଶା ମୁକ୍ତ କରିବା ପାଇଁ ସଂମ୍ପୃକ୍ତ ବ୍ଲକ ଅଞ୍ଚଳରେ ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ଗୁଡିକ ବନ୍ଦ ରହିବ। ଏହି ନିୟମ ଭୋଟ ଗ୍ରହଣ ପୂର୍ବ ଓ ସେହି ଦିନ ଲାଗୁ ରହିବ। ଏଥିପାଇଁ ଏହି ଦିନ ଗୁଡିକୁ ଡ୍ରାଏ ଡେ ଭାବରେ ଘୋଷଣା କରିଛି ଅବକାରୀ ବିଭାଗ। ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ କମିସନର ଆଶିଷ କୁମାର ସିଂ। ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଭୋଟ୍‌ ପଡିବ। ଆସନ୍ତା ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ବିଭିନ୍ନ ବ୍ଲକରେ ଭୋଟ ହେବ। ତେଣୁ ନିର୍ବାଚନ ବେଳେ ମଦ ବିକ୍ରିକୁ ରୋକିବା ପାଇଁ ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି।

ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଭୋଟିଂ ପାଖ ସବୁ ଅଞ୍ଚଳ ଓ ତାର ଆଖପାଖ ଅଞ୍ଚଳରେ ଭୋଟ୍‌ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ସରକାରୀ ଲାଇସେନ୍ସପ୍ରାପ୍ତ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ ରହିବ। ଏହା ଛଡା ଉକ୍ତ ଅଞ୍ଚଳ ମଧ୍ୟରେ କୌଣସି ହୋଟେଲ, ଦୋକାନ, ସରକାରୀ ଅନୁଷ୍ଠାନ ଓ ବେସରକାରୀ ସ୍ଥାନରେ ମଦ କିମ୍ବା ନିଶା ଦ୍ରବ୍ୟ ବିକ୍ରି ହୋଇପାରିବ ନାହିଁ। ଯଦି ସେହି ଅଞ୍ଚଳରେ ପୁନଃ ମତଦାନ ହୁଏ ତେବେ ସେହି ସମୟରେ ମଧ୍ୟ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଏପରି କି ବଡ ତାରକା ହୋଟେଲ କିମ୍ବା କ୍ଲବ ହେଉ, ସେହି ସମୟରେ ମଦର ହୋମ ଡେଲିଭରିକୁ ମଧ୍ୟ ମନା କରାଯାଇଛି।

ଯଦି ଏପରି ସ୍ଥିତିରେ ଆଇନ ଉଲଂଘନ କରାଯାଏ ତେବେ ସେମାନଙ୍କ ପ୍ରତି ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷc କରିଛନ୍ତି ଅବକାରୀ କମିସନର ଶ୍ରୀ ସିଂହ। ନିର୍ବାଚନ ସମୟରେ ଅବକାରୀ ବିଭାଗ, ପୁଲିସ ଓ ବନବିଭାଗ ମିଳିତ ଭାବେ ଚଢାଉ କରି ଚୋରା ମଦ କାରବାର ଓ ଚାଲାଣ ରୋକିବା ପାଇଁ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି ହୋଇଛି।