ଶ୍ରାବଣ ସୋମବାରରେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
ଶ୍ରାବଣ ପାଉଣାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ
ଭୁବନେଶ୍ୱର : ଶ୍ରାବଣ ସୋମବାରରେ ଅପୂଜା ରହିଲେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ । ବିନା ପୂଜାରେ ଜଳ ଲାଗି କଲେ କାଉଡିଆ । ପୂଜା ପଣ୍ଡା ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଶ୍ରାବଣ ପାଉଣାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ନୀତି କରି ନାହାନ୍ତି ପୂଜାପଣ୍ଡା ସେବାୟତ । ଆଜି ସକାଳୁ ବଡୁ ସେବକମାନେ ଆସି ନିଜର ନୀତି ସମ୍ପାଦନ କରିଥିଲେ ବି ପୂଜାପଣ୍ଡା ସେବାୟତମାନେ ଅନୁପସ୍ଥିତ ରହିବାରୁ ପୂଜାର୍ଚ୍ଚନା ହୋଇପାରିନାହିଁ । ଫଳରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଓ କାଉଡ଼ିଆମାନେ ବିନା ପୂଜାରେ କେବଳ ଜଳ ଲାଗି କରି ଫେରୁଛନ୍ତି ।
Tags:




