ମକର ସଂକ୍ରାନ୍ତିରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବିଭ୍ରାଟ

ସେବାୟତଙ୍କ ବିବାଦ ଯୋଗୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ମକର ସଂକ୍ରାନ୍ତିରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବିଭ୍ରାଟ
Samaya Live News Picture
Published On

ଭୁବନେଶ୍ୱର : ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ। ଗତକାଲି ସନ୍ଧ୍ୟାରୁ ବନ୍ଦ ରହିଛି ନୀତିକାନ୍ତି । ସେବାୟତଙ୍କ ବିବାଦ ଯୋଗୁଁ ଖାଡାଖାଡ଼ି ଉପାସରେ ରହିଛନ୍ତି ଲିଙ୍ଗରାଜ ମହାପ୍ରଭୁ । ଏବେ ଯାଏଁ ବାବା ଲିଙ୍ଗରାଜଙ୍କ ପାଖରେ ଭୋଗ ଲାଗିପାରିନି । ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ସୁଆର ନିଯୋଗ ମଧ୍ୟରେ ଲାଗିରହିଛି ବିବାଦ । କ୍ଷୀର ଆଉଟା ନୀତି କିଏ କରିବ ତାକୁ ନେଇ ଟଣାଓଟରା ।

ସୂଚନା ଅନୁଯାୟୀ ମକର ଯାତ୍ରା ପାଇଁ ମଙ୍ଗଳବାର ଶ୍ରୀଲିଙ୍ଗରାଜଙ୍କ ନବାଙ୍କ ବେଢ଼ା ହୋଇଥାନ୍ତା। ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଦିଅଁଙ୍କ ନବାଙ୍କ ବେଢ଼ା ଶୃଙ୍ଖଳିତ ହେବ କି ନାହିଁ ତାହା ସ୍ପଷ୍ଟ କରିବାକୁ ମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲେ। ମନ୍ଦିର ପ୍ରଶାସନ ତରଫରୁ କୌଣସି ଉତ୍ତର ମିଳିନଥିବା ଶ୍ରୀ ପତି କହିଛନ୍ତି। ସନ୍ଧ୍ୟାଧୂପ ପରେ ଦିଅଁ ନବାଙ୍କ ବେଢ଼ା ହୋଇ ମକର ବେଢ଼ାରେ ବିଜେ କରିଥାନ୍ତି। ଦିଅଁ ନବାଙ୍କ ବେଢ଼ାରେ ବିଜେ କରିବା ପରେ ବଡୁ ସାମନ୍ତରା ଘରୁ କ୍ଷୀର ଅଣାଯାଏ। ଘଣ୍ଟ, ମଶାଲ ଓ ମେଘଡମ୍ବୁର ନେଇ ସାମନ୍ତରାଘରକୁ କ୍ଷୀର ଆଣିବାକୁ ଯାଇଥାନ୍ତି। ସେହି କ୍ଷୀରକୁ ଆଉଟା ଯାଇ ଘୃତ ପ୍ରସ୍ତୁତ ହୁଏ। ମକର ଯାତ୍ରାରେ ଦିଅଁଙ୍କ ଘୃତ କମଳ ଲାଗି ହୁଏ। କିନ୍ତୁ ଗତବର୍ଷ ଦିଅଁଙ୍କ ନବାଙ୍କ ବେଢ଼ାରେ କ୍ଷୀର ଆଉଟାକୁ ନେଇ ବଡୁ ଓ ବ୍ରାହ୍ମଣ ନିଯୋଗ ସେବାୟତଙ୍କ ଭିତରେ ବିବାଦ ହୋଇଥିଲା। କ୍ଷୀର ଆଉଟା ବିବାଦ ଯୋଗୁଁ ଦିଅଁଙ୍କ ନୀତି ଆଗକୁ ବଢ଼ି ପାରିନଥିଲା। ମକରଯାତ୍ରା ଦିନ ଦିଅଁଙ୍କୁ ମକର ଚାଉଳ ଭୋଗ ଲାଗି ହୋଇପାରିନଥିଲା। ନୀତି ବିଭ୍ରାଟ ନେଇ ମନ୍ଦିର ପ୍ରଶାସନକୁ ଦାୟୀ କଲେ ବଢୁ ନିଯୋଗ । 

ମକର ସଂକ୍ରାନ୍ତି ଅଗଣିତ ଶ୍ରଦ୍ଧାଳୁ ମକର ଚାଉଳ ଭୋଗ ପାଇବାକୁ ଯାଇ ନିରାଶ ହୋଇ ଫେରିଥିଲେ। ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରିବା ସହ ଟ୍ରଷ୍ଟବୋର୍ଡର ସଭାପତିଙ୍କୁ ବିବାଦ ସମାଧାନ କରିବାକୁ କହିଥିଲେ। ତତ୍କାଳୀନ ଟ୍ରଷ୍ଟବୋର୍ଡ ସଭାପତି ଉଭୟ ନିଯୋଗଙ୍କ ସହ ଆଲୋଚନା କରିଥିଲେ।

ଅପରପକ୍ଷେ ଦେବୋତ୍ତର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ କରିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନଥିବାରୁ ନବାଙ୍କବେଢ଼ା ନହୋଇ ଦିଅଁଙ୍କ ନୀତି ବନ୍ଦ ହେବା ସହ ଦିଅଁଙ୍କୁ ଉପବାସ ରହିବାକୁ ପଡ଼ିଛି।

 

Tags: