ଜଗତସିଂପୁରରେ ପୁଣି ବାଂଲାଦେଶୀ ଚଢ଼ାଉ

ଜଗତସିଂପୁରରେ ପୁଣି ବାଂଲାଦେଶୀ ଚଢ଼ାଉ

ଭୁବନେଶ୍ୱର : ଜଗତସିଂପୁର ଜିଲ୍ଲାରେ ଜାରି ରହିଛି ବାଂଲାଦେଶୀ ହଟାଓ ଅଭିଯାନ । ଗତ ବିଳମ୍ବିତ ରାତିରେ ଜଗତସିଂହପୁର ଜିଲା ତରିକୁନ୍ଦ ହାଇସ୍କୁଲ ପଡିଆ ପଛପଟେ ଥିବା ଦରିଆପୁର ବସ୍ତିରେ ସଦର ପୋଲିସ ଚଢ଼ାଉ ଚଢ଼ାଉ କରିଛି  । ସେଠାରୁ ୨୦ରୁ ଉର୍ଦ୍ଧ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଠାବ କରାଯିବା ସହ ଅଟକ ରଖିଛି ଜଗତସିଂହପୁର ସଦର ଥାନା ପୋଲିସ। ଆଡିସନାଲ ଏସପି ଓ ଏଡିପିଓଙ୍କ ନେତୃତ୍ବରେ ଅଚାନକ ଚଢ଼ାଉ କରାଯାଇଥିଲା ।

Read More ବିଜେପିରେ ମିଶିବେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ !

ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଏହି ବସ୍ତିରେ ଥିବା ଏକ ମଦ୍ରାସାରେ କିଛି ବାଂଲାଦେଶୀ ରହିଥିବାର ଖବର ପାଇବା ପରେ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା । ଅଟକ ବାଂଲାଦେଶୀ ଙ୍କ ମଧ୍ୟରୁ ୬ ଜଣ ନାବାଳକ ରହିଛନ୍ତି । ଏମାନଙ୍କୁ କିଛି ଦିନ ହେବ ଏକ ମଦ୍ରାସାରେ ଆଣି ରଖାଯାଇଥିଲା । ବସ୍ତିରୁ ଉଧାର ସମସ୍ତ ସନ୍ଦିଗ୍ଧ ବାଂଲାଦେଶୀ ମାନଙ୍କୁ ବାଗଲପୁର ସେଲଟର ହୋମକୁ ନିଆଯାଇଛି । ପୋଲିସ ଚଢ଼ାଉ ବେଳେ ୧୦ ଜଣରୁ ଉର୍ଦ୍ଧ ସନ୍ଦିଗ୍ଧ ଖସି ଯାଇଥିବାର ଜଣାଯାଇଛି ।

Read More ବିଧାନସଭାରେ ଉଠିଲା ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା

ସେପଟେ ବାଂଲାଦେଶୀଙ୍କୁ ଧରିବା ପାଇଁ ଭଦ୍ରକରେ ମଧ୍ୟ ଜୋରଦାର ଚଢ଼ାଉ ଜାରି ରହିଛି। ଆଧାର କାର୍ଡ ସହ ଭୋଟର ପରିଚୟ ପତ୍ର ଯାଞ୍ଚ ଚାଲିଛି । ୮ ସଂଦିଗ୍ଧଙ୍କୁ ଉଠାଇ ନେଇଛି ବାସୁଦେବପୁର ପୋଲିସ ।

Read More ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର

Tags: