ନଭେମ୍ବର ୧୮ରୁ ବିଧାନସଭା ଅଧିବେଶନ

ନଭେମ୍ବର ୧୮ରୁ ବିଧାନସଭା ଅଧିବେଶନ
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ୧୭ ତମ ଅଧିବେଶନ । ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ନଭେମ୍ବର ୧୮ରେ ବିଧାନସଭାରେ ଉପସ୍ଥାପିତ ହେବ ପ୍ରଥମ ଅତିରିକ୍ତ ବଜେଟ୍ । ନଭେମ୍ବର ୨୫ରୁ ୨୭ ମଧ୍ୟରେ ଅତିରିକ୍ତ ବ୍ୟୟବରାଦର ଖର୍ଚ୍ଚ ଦାବି ଉପରେ ଆଲୋଚନା ଓ ବିତର୍କ ହେବ। ସମୁଦାୟ ୪୪ଦିନ ମଧ୍ୟରେ ରହିଛି ୩୩ଟି କାର୍ଯ୍ୟ ଦିବସ । 

ନଭେମ୍ବର ୩୦ରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟବରାଦ ସମ୍ପର୍କିତ ବିନିଯୋଗ ବିଲ୍ ଗୃହରେ ଉପସ୍ଥାପିତ ହେବ। ନଭେମ୍ବର ୨୪ (ରାସ ପୂର୍ଣ୍ଣିମା) ଏବଂ ଡିସେମ୍ବର ୨୫ (ଖ୍ରୀଷ୍ଟମାସ) ଅବସରରେ ଗୃହ ବନ୍ଦ ରହିବ । ଏହା ବ୍ୟତୀତ ରବିବାର ଏବଂ ଦ୍ୱିତୀୟ ଶନିବାର ଗୁଡ଼ିକରେ ମଧ୍ୟ ବିଧାନସଭା ବନ୍ଦ ରହିବ ।

 

Tags: