ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ

୨୦ ତାରିଖରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ । ଫେବୃଆରୀ ୨୦ ରେ ଆଗତ ହେବ ବଜେଟ । ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ।ଏହି ଅଧିବେଶନରେ ରହିଛି ୨୮ଟି କାର୍ଯ୍ୟ ଦିବସ । ଆସନ୍ତା ୨୦ତାରିଖରେ ବିଧାନସଭାରେ ୨୦୨୬-୨୭ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ।

ସମ୍ବନ୍ଧିତ ଖବର ବୃଦ୍ଧି ହେଲା ସୁନା ଦର,ରୂପା ଦରରେ ହ୍ରାସ

ବନ୍ଦେ ମାତରମ ଗାନ ପରେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି । କହିଲେ ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ। ସମୃଦ୍ଧ ଓଡ଼ିଶା ପାଇଁ ସରକାର ପ୍ରତିଶୃତିବଦ୍ଧ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ପ୍ରକଳ୍ପ ମିଳୁଛି। ବିକଶିତ ଭାରତ ପାଇଁ ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍ । ଆତ୍ମନିର୍ଭର ଭାରତରେ ଓଡ଼ିଶା ହେବ ସେମି କଣ୍ଡକ୍ଟର ହବ୍ । ୨୦୩୬ ଓ ୨୦୪୭ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ଜୟଦେବ ବିହାର ନନ୍ଦନକାନନ ରାସ୍ତାରେ ଫ୍ଲାଏଓଭର ହେବ। ଭିତ୍ତିଭୂମି ସୁଦୃଢ କରିବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ସରକାର ସହରୀ ବିକାଶ ଯୋଜନାକୁ ଗୁରୁତ୍ଵ ଦେଉଛନ୍ତି । ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ୧.୮ ଲକ୍ଷରୁ ୩୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା । ବହୁମୁଖୀ ଦାରିଦ୍ରକୁ ୫ ପ୍ରତିଶ୍ରତକୁ ହ୍ରାସ କରିବା ଆମର ଟାର୍ଗେଟ୍। ମହିଳା ଶ୍ରମ ଶକ୍ତିକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା ଆମର ଲକ୍ଷ୍ୟ। ଆୟୁ ସୀମା ୮୦ରୁ ଅଧିକ କରିବା ଓ କୁପୋଷଣ ଦୂର କରିବା। 

ସମ୍ବନ୍ଧିତ ଖବର ଚୌଦ୍ୱାର ଜେଲରୁ ଚମ୍ପଟ କଏଦୀ ଗିରଫ

ମାର୍ଚ୍ଚ ୩୧ତାରିଖରେ ଗୃହରେ ବ୍ୟୟ ମୁଞ୍ଜିରୀ ବିଲ ଆଗତ ହେବ । ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ନିମନ୍ତେ ଗତକାଲି ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି । ସେପଟେ ଗୃହକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ କରି ରଣନୀତି ଚୁଡାନ୍ତ କରିଛନ୍ତି । ଅଧିବେଶନ ଲମ୍ଭା ସମୟ ଧରି ଚାଲିବାକୁ ଥିବା ବେଳେ ଗୃହ କାର୍ଯ୍ୟ ପ୍ରଥମ ଦିନରୁ ହିଁ ସରଗରମ ହେବା ନେଇ ଆକଳନ କରାଯାଉଛି ।

ସମ୍ବନ୍ଧିତ ଖବର କଟକ ଜିଲ୍ଲାପାଳଙ୍କୁ ସ୍ବାଧୀକାର ଭଙ୍ଗ ନୋଟିସ

 

Tags: