ବବି ଦାସଙ୍କ ପୋଷ୍ଟ ର କଡା ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ
ଭୁବନେଶ୍ୱର : ରତ୍ନଭଣ୍ଡାର ପ୍ରସଙ୍ଗରେ ତେଜିଲା ରାଜନୈତିକ ବିବାଦ । ଶାସକ ଏବଂ ବିରୋଧୀ ମୁହାଁମୁହିଁ । ଆରମ୍ଭ ହୋଇଛି ତୀବ୍ର ପ୍ରତିକ୍ରିୟା । ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କ ପୋଷ୍ଟର ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
ସୋସିଆଲ ମିଡିଆରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ଯେଉଁ ସ୍ୱରରେ ଅପପ୍ରଚାର କରାଯାଇଛି ତାହା ଦୁର୍ଭାଗ୍ୟଜନକ ବୋଲି ଲେଖିଥିଲେ। ରତ୍ନଭଣ୍ଡାରକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଇଛି। ଏହା ଓଡ଼ିଶାବାସୀଙ୍କ ଭାବନା ସହ ଏକ କ୍ରୁର ପରିହାସ । ରାଜନୈତିକ ଫାଇଦା ପାଇଁ କିଭଳି ଗୁଜବକୁ ଅସ୍ତ୍ର କରି ଜନମାନସରେ ଭୟ ଓ ସନ୍ଦେହ ସୃଷ୍ଟି କରାଯାଇପାରେ, ତାହା ଓଡ଼ିଶା ଦେଖିଲା । ରତ୍ନଭଣ୍ଡାରକୁ ନେଇ ବିଜେପି ରାଜ୍ୟବାସୀଙ୍କୁ ଯେଉଁଭଳି ବିଭ୍ରାନ୍ତ କରାଗଲା । ତାହା ଗଣତନ୍ତ୍ର ପାଇଁ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ।
ତେବେ ରତ୍ନଭଣ୍ଡାରକୁ ପ୍ରଣବ ଦାସଙ୍କ ପୋଷ୍ଟ ନେଇ ବର୍ଷିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି , ରତ୍ନଭଣ୍ଡାରକୁ ନେଇ ଅସମାହିତ ପ୍ରଶ୍ନ ଅଛି । ବିଜେଡ଼ି ଭଳି ବିଜେପି ମିଥ୍ୟାଚାର କରେ ନାହିଁ । ରତ୍ନ ଭଣ୍ଡାର ଚାବି କେଉଁଠି ଅଛି ? ସେ ଉତ୍ତର ଏବେ ଵି ଦେଇ ନାହାନ୍ତି । ସେ ବାବଦରେ ଆମେ ମୁହଁ ଖୋଲିନୁ, କାରଣ ସେ ବାବଦରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ । ଚାବି ହଜିବା କଥା ସମ୍ପୂର୍ଣ ସତ୍ୟ, ଯଦି ଚାବି ଥିଲା କାହିଁକି ରତ୍ନ ଭଣ୍ଡାର ଖୋଲି ପାରିଲେ ନାହିଁ । ଡୁପ୍ଲିକେଟ ଚାବି ଆଣି ପ୍ରହସନ କଲେ, ସେ ଚାବିର ସେ ତାଲା ସହିତ କୌଣସି ସାମଞ୍ଜସ୍ୟ ନଥିଲା । ଏବେ ଯେଉଁ ବିଜୁ ଜନତା ଦଳର ନେତା ସୋସିଆଲ ମିଡ଼ିଆରେ ଦୃଷ୍ଟି ଆକର୍ଷଣ ପାଇଁ ଚେଷ୍ଟା କରୁଛନ୍ତି, ତାଙ୍କ ଦୁଃସାହସ ଗୋଟେ ଦିନରେ ଛଡ଼େଇ ଦବୁ । ପୂର୍ବ ସରକାର ସମୟରେ ରତ୍ନଭଣ୍ଡାର କାହଁକି ଖୋଲିଲେ ନାହିଁ ? ଡୁପ୍ଲିକେଟ ଚାବି ଆସିଲା କେଉଁଠୁ ? ଏପରି ଅନେକ ଅସମାହିତ ପ୍ରଶ୍ନ ଅଛି । ଯଦି ଏସବୁ ପ୍ରଶ୍ନ ପଚାରିବୁ, ତେବେ ତାଙ୍କ ନେତା ଓ ବିଜୁ ଜନତା ଦଳକୁ ପାରାଲିସିସ ହୋଇଯିବ | ସେ ଭିତରକୁ ନଯାନ୍ତୁ | ଏହାକୁ ରାଜନୀତିକରଣ କରିବା ଭାରତୀୟ ଜନତା ପାର୍ଟିର ଉଦ୍ଦେଶ୍ୟ ନୁହେଁ ।



