ଗଣତି ମଣତି ପାଇଁ ସମୀକ୍ଷା ବୈଠକରେ ଯୋଗ ଦେଲେ ଆଇନମନ୍ତ୍ରୀ

ଗଣତି ମଣତି ପାଇଁ ସମୀକ୍ଷା ବୈଠକରେ ଯୋଗ ଦେଲେ ଆଇନମନ୍ତ୍ରୀ
Samaya Live News Picture
Published On

ପୁରୀ  : ପୁରୀରେ ଆଜି ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା ବୈଠକ ହେଉଛି । ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏଥିରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ମନ୍ତ୍ରୀ ଜଗନ୍ନଥଙ୍କୁ ଦର୍ଶନ କରି ଶୁଭ ମନାସିଛନ୍ତି। ଗଣତି ମଣତି ସୁରୁଖୁରୁରେ ଶେଷ କରିବା ନେଇ ମହାପ୍ରଭୁଙ୍କ ଆଶିର୍ବାଦ ଲୋଡ଼ିଛନ୍ତି । ଏହି ଅବସରରେ ଆଇନ ମନ୍ତ୍ରୀ କହିଛନ୍ତି ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସୁରୁଖୁରୁରେ ସମାପନ ହେବା ପାଇଁ ଆମେ ସମସ୍ତେ ମହାପ୍ରଭୁଙ୍କ ନିକଟରେ ଶରଣାପନ୍ନ ହୋଇଛୁ। ତାଙ୍କରି ଇଛାରେ ସବୁକିଛି ସୁଚାରୁରୂପେ ଅନୁଷ୍ଠିତ ହେବ ବୋଲି ଆମର ଆଶା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ଆଜିର ଏହି ସମୀକ୍ଷା ବୈଠକରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି, ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଆରବିଆଇ ଅଧିକାରୀ, ଖଣି ଓ ଭୂତତ୍ତ୍ବବିତ୍, ସ୍ବର୍ଣ୍ଣକାର, ବଣିଆ, ଭଣ୍ଡାର ମେକାପ ଏବଂ ପ୍ରାଧିକୃତ ସେବାୟତ ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ଅଛନ୍ତି ।  

SOP ଅନୁସାରେ, ୨୫ ତାରିଖ ଶୁଭ ବେଳାରୁ ଆରମ୍ଭ ହେବ ରତ୍ନଭଣ୍ଡାରର ଗଣତି ମଣତି । ୨୫ ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ମଧ୍ୟାହ୍ନ ୧୨ଟା ୦୯ ରୁ ଦିନ ଗୋଟାଏ ୪୫ ମଧ୍ୟରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ। ଏହି ପ୍ରକ୍ରିୟାର ଭିଡ଼ିଓଗ୍ରାଫି,ଫଟୋଗ୍ରାଫି ଓ 3D ମ୍ୟାପିଂ କରାଯିବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ହେବ। ୧୯୭୮ ମସିହାର ଗଣତି ମଣତି ପୂର୍ଣ୍ଣାଙ୍ଗ ତାଲିକା ସହ ଏହାର ମେଳ କରାଯିବ।

 

Tags: