ଗଞ୍ଜାମରେ ବଡ଼ ଧରଣର କଲରାପତରିଆ ବାଘ ଚମଡ଼ା ରାକେଟ ଠାବ

ଗଞ୍ଜାମରେ ବଡ଼ ଧରଣର କଲରାପତରିଆ ବାଘ ଚମଡ଼ା ରାକେଟ ଠାବ
Samaya Live News Picture
Published On

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ବଡ଼ ଧରଣର କଲରାପତରିଆ ବାଘ ଚମଡା ରାକେଟ ଠାବ କଲା ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍ । ବାଘ ଚମଡ଼ା କାରବାର ପଛରେ ରହିଛି ବଡ଼ ରାକେଟ୍ । କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ସେଲକୁ ତଦନ୍ତ ହସ୍ତାନ୍ତର ପାଇଁ ସୁପାରିଶ କରିଛନ୍ତି ବ୍ରହ୍ମପୁର ଏସପି । ଏନେଇ ସିଆଇଡି କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖି ଜଣାଛନ୍ତି । 

ଗତ ଜୁନ୍ ୬ ତାରିଖରେ ତୁମ୍ବା ଫାଣ୍ଡି ଅଧୀନ ବୁରାତାଲ ଜଙ୍ଗଲରେ ବାଘ ଚମଡ଼ା କାରବାର ହେଉଥିବା ଗୁପ୍ତ ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଅଭିଯାନ ସମୟରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିଲା। ଏହାସହ ଦୁଇଟି ଜୀବନ୍ତ ହାତବୋମା ଓ ଗୋଟିଏ ଖଣ୍ଡା ମଧ୍ୟ ଜବତ କରାଯାଇଥିଲା।

ସଂରକ୍ଷିତ ବନ୍ୟଜନ୍ତୁର ଚମଡ଼ା, ବିସ୍ଫୋରକ ଏବଂ ମାରଣାସ୍ତ୍ର ଏକାଠି ମିଳିବା ଘଟଣା ତଦନ୍ତକାରୀ ସଂସ୍ଥାର ଚିନ୍ତା ବଢ଼ାଇଛି। ପ୍ରାଥମିକ ତଦନ୍ତରୁ ଏହା କେବଳ ଦୁଇ ଜଣଙ୍କ କାରବାର ନୁହେଁ, ବରଂ ଏକ ସଂଗଠିତ ଚୋରାଚାଲାଣ ନେଟୱାର୍କର ଅଂଶ ହୋଇପାରେ ବୋଲି ସନ୍ଦେହ କରାଯାଉଛି।

ଯଦି ମାମଲାର ତଦନ୍ତ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’ ହାତକୁ ଯାଏ, ତେବେ ଏହି ରାକେଟର ମାଷ୍ଟରମାଇଣ୍ଡ, କ୍ରେତା, ମଧ୍ୟସ୍ଥ ଏବଂ ଆର୍ଥିକ କାରବାର ସହ ଜଡ଼ିତ ଅନେକ ଗୁପ୍ତ ଲିଙ୍କ୍‌ର ଖୁଲାସା ହୋଇପାରେ। ଏବେ ସମସ୍ତଙ୍କ ନଜର କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

 

 

Tags: