କାଠ ଗୋଲା ଭିତରୁ ବିପୁଳ ପରିମାଣରେ ଗ୍ୟାସ ଟାଙ୍କି ଜବତ
ଭୁବନେଶ୍ବର : କାଠ ଗୋଲା ଭିତରେ ଗ୍ୟାସ୍ ଗୋଦାମ । ବେଆଇନ ଗ୍ୟାସ ମହଜୁଦ ରଖିବା ଅଭିଯୋଗରେ ଗ୍ୟାସ ଗୋଦାମରେ ଚଢାଉ କରୁଛି ଯୋଗାଣ ବିଭାଗ । ଭୁବନେଶ୍ବର ସାମନ୍ତରାପୁର ଛକ ନିକଟରେ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ମିଳିଲା ବିପୁଳ ପରିମାଣର ଗ୍ୟାସ ଟ୍ୟାଙ୍କି ଜବତ ହୋଇଛି । ବିନା ଲାଇସେନ୍ସରେ ୫ଲିଟରିଆ , ୧୨ଲିଟରିଆ, ୧୪ଲିଟରିଆ ଗ୍ୟାସ ଟାଙ୍କି ମହଜୁଦ ଥିବା ଠାବ କଲେ ଯୋଗାଣ ଅଧିକାରୀ ।
ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ଏସବୁ ଗ୍ୟାସ କଳାବଜାରୀ କରାଯାଉଥିଲା। ବିନା ଅନୁମତିରେ ବିପଦପୂର୍ଣ୍ଣ ଭାବେ କାଠଗୋଲା ଭିତରେ ଗ୍ୟାସ ମହଜୁଦ ରଖାଯାଉଥିଲା । ବିନା ନମ୍ବର ପ୍ଲେଟ୍ ଗାଡିରେ ଗ୍ୟାସ୍ ଚାଲାଣ ହେଉଥିଲା । ଯାହାର ଖବର ପାଇ ଚଢ଼ାଉ ପରେ ଏସବୁ ଗ୍ୟାସ ଟାଙ୍କି ଜବତ କରାଯାଇଛି । ଏନେଇ କାର୍ଯାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ପୂର୍ବରୁ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ କି ,ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ । ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି । ତେଣୁ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କୁହାଯାଉଥିଲା । ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା । ଏବେ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ ରେଷ୍ଟୁରାଣ୍ଟ ଓ ହୋଟେଲକୁ ସହଜରେ ଗ୍ୟାସ ମିଳିବ । ଏହାସହ ଆଉ ୧୦ ପ୍ରତିଶତ ବଢାଇବା ପାଇଁ ଆଲୋଚନା ଚାଲିଥିଲା । କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଥିଲା ।



