ବିଲ୍ଡରଙ୍କ ଘରୁ ବଡ଼ ଧରଣର ଲୁଟ
ଭୁବନେଶ୍ୱର : ରାଜଧାନୀରେ ସକ୍ରିୟ ହେଲେ ଲୁଟେରା ଗ୍ୟାଙ୍ଗ । ବିଲ୍ଡରଙ୍କ ଘରୁ ବଡ଼ ଧରଣର ଲୁଟ । ଗତ ବିଳମ୍ବିତ ରାତିରେ ଜଣେ ବିଲ୍ଡରଙ୍କ ଘରୁ ପାଖାପାଖି ୨ କୋଟି ଟଙ୍କାର ସମ୍ପତି ଲୁଟି ନେଇଛନ୍ତି ଲୁଟେରା । ଲକ୍ଷ୍ମୀସାଗର ଥାନାଞ୍ଚଳରେ ଘଟିଛି ଏହି ଲୁଟପାଟ । ଘରେ କେହି ନଥିବା ବେଳେ ଦୁର୍ବୃତ୍ତ କଳାକଳା ବୁଲାଇ ଦେଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ,ଲକ୍ଷ୍ମୀସାଗର ଥାନା ଅଂଚଳରେ ରହୁଥିବା ବିଲଡର ପ୍ରିତମ ଜେନା ପରିବାର ସହ ବାହାରକୁ ଯାଇଥିବା ବେଳେ ଡ୍ରାଇଭର ଘରକୁ ଗାଡ଼ି ରଖିବାକୁ ଆସି ଦେଖିଥିଲେ କବାଟ ଭଙ୍ଗା ଯାଇଛି । ଖବର ପାଇ ଘର ମାଲିକ ପହଞ୍ଚି ଦେଖିବା ବେଳକୁ ଘର ଭିତରେ ସବୁକିଛି ଲୁଟିନେଇଛନ୍ତି ଚୋର । ଚୋରମାନେ ନଗଦ ଟଙ୍କା, ସୁନା ଗହଣା,ହୀରା ସହ ଦାମୀ ଆସବାବପତ୍ର ସମେତ ସିସିଟିଭିର ହାର୍ଡଡିସ୍କ ନେଇଯାଇଥିବା ଅଭିଯୋଗ ହୋଇଛି ।
ପ୍ରାଥମିକ ଆକଳନ ଅନୁସାରେ ଚୋରି ସମ୍ପତ୍ତିର ମୂଲ୍ୟ ଦେଢ଼ କୋଟି ରୁ ଉର୍ଦ୍ଧ୍ବ ହେବ ବୋଲି ଜଣ ପଡିଛି । ପ୍ରମାଣ ନଷ୍ଟ ପାଇଁ ସିସିଟିଭି ହାର୍ଡ ଡିସ୍କ ଲୁଟି ନେଇଛନ୍ତି ଲୁଟେରା । ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଛାନଭିନ୍ ଆରମ୍ଭ କରିଥିବା ବେଳେ ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ତଦନ୍ତ ଜାରି ରହିଛି ।




