ସଂପୂର୍ଣ୍ଣ କ୍ୟାସ୍ ଲେସ୍ ହେବ ଜମି କିଣାବିକା - ରାଜସ୍ବ ମନ୍ତ୍ରୀ
ଦଲାଲ ମୁକ୍ତ ହେବ ଜମି ପଞ୍ଜିକରଣ କାର୍ଯ୍ୟାଳୟ
ଭୁବନେଶ୍ୱର : ଦଲାଲ ମୁକ୍ତ ହେବ ଜମି ପଞ୍ଜିକରଣ କାର୍ଯ୍ୟାଳୟ । ଏଣିକି ଜମି କିଣା ବିକାରେ ଆଉ ଦଲାଲ ହସ୍ତକ୍ଷେପ କରି ନପାରିବେ ନାହିଁ । ଏହାସହ ରାଜ୍ୟରେ ସମସ୍ତ ଜମି କିଣା ବିକା ହେବ ସଂପୂର୍ଣ୍ଣ କ୍ୟାସ୍ ଲେସ୍ । ଗୋଟିଏ ବି ପଇସା କ୍ୟାସ୍ ଟ୍ରାଞ୍ଜକସନ ହେବ ନାହିଁ । ଟଙ୍କା ନେଣଦେଣଠାରୁ ଆରମ୍ଭ କରି ଦଲିଲ ପର୍ଯ୍ୟନ୍ତ ସବୁକିଛି ଅନଲାଇନ ମାଧ୍ୟମରେ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି ଜମି କିଣାବିକା ବେଳେ କ୍ୟାସର କୌଣସି ବ୍ୟବହାର ନାହିଁ । ପୂର୍ବରୁ ୧୫ ହଜାର ଯାଏଁ କ୍ୟାସ କାରବାର ହେଉଥିଲା । ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଯଦି କେହି ନିୟମକୁ ଉଲ୍ଲଂଘନ କରୁଥିବାର ନଜର ଆସନ୍ତି । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେହିପରି ଆଉ ବାରମ୍ବାର ରେଜିଷ୍ଟ୍ରେସନ ଅଫିସକୁ ଆସିବାକୁ ପଡ଼ିବନି । କେବଳ ଜମି ମାଲିକ ଚିହ୍ନଟ ପାଇଁ ଯିବାକୁ ହେବ । ରେଜିଷ୍ଟ୍ରେସନ ପରେ ଦଲିଲ ମଧ୍ୟ ଅନଲାଇନରେ ପାଇବେ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଖୁଵ ଶୀଘ୍ର ଏସଓପି ଜାରି ହେବ । ଏହାସହ ରାଜସ୍ବ ଅଧିକାରୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯିବ ।




