ଭିଜିଲାନ୍ସ ଜାଲରେ ଲ୍ୟାମ୍ପସ୍ ପରିଚାଳକ

ଭିଜିଲାନ୍ସ ଜାଲରେ ଲ୍ୟାମ୍ପସ୍ ପରିଚାଳକ
Samaya Live News Picture
Published On

ରାୟଗଡା: ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା ଲ୍ୟାମ୍ପସ୍ ପରିଚାଳକ । ଲ୍ୟାମ୍ପସ୍ ର ଆର୍ଥିକ ଅନିୟମିତତା ଅଭିଯୋଗରେ କଲ୍ୟାଣସିଂହପୁର ଲ୍ୟାମ୍ପସ୍ ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କ ଘରେ ଚଢ଼ାଉ କରିଛି ରାୟଗଡା ଭିଜିଲାନ୍ସ । ଆଜି ସକାଳୁ ସକାଳୁ ଭିଜିଲାନ୍ସର ଟିମ୍ ଏହି ଚଢାଉ କରିଥିଲା । ତାରିଣୀ ପ୍ରସାଦଙ୍କ ଜିଲୁଣ୍ଡି ସ୍ଥିତ ବାସଭବନରେ ଚଢାଉ ଜାରି ରହିଛି । ଚଢ଼ାଉ ବେଳେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ସହ ବ୍ୟାଙ୍କ ପାସବୁକ୍,ଇନସ୍ୟୁରେନସ୍ ଓ ଅନ୍ୟ ଆସବାବପତ୍ର ଜବତ କରାଯାଇଛି  । ଲ୍ୟାମ୍ପସ୍ ର ପରିଚାଳନା,ପାଚେରୀ ନିର୍ମାଣ ଓ ମରାମତିରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା ।

ସୂଚନାନୁସାରେ, ଲ୍ୟାମ୍ପସ୍ ରେ ଅନିୟମିତତା ନେଇ କଲ୍ୟାଣସିଂହପୁର ଅଞ୍ଚଳର ଚାଷୀମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଥିଲେ। ପାଖାପାଖି ୭୦ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ବିଭାଗ ପକ୍ଷରୁ ଏଆରସିଏସ୍ ଜନ୍ମୋଜୟ ମହାପାତ୍ର ତଦନ୍ତ କରିଥିଲା । ଏବଂ ଟଙ୍କା ଲେଣଦେଣ ଓ ପରିଚାଳନା କ୍ଷେତ୍ରରେ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିଥିଲା । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।

Tags: