କୁଚିଣ୍ଡା ଲଙ୍କା ଦେଶର ସର୍ବୋତ୍ତମ : ଜିଆଇ ଟ୍ୟାଗ୍ ପାଇଁ ଆଶା
ସମ୍ବଲପୁର : ଦେଶର ପ୍ରତିଟି ପ୍ରାନ୍ତରେ ଉତ୍ପାଦନ ହେଉଥିବା ଲଙ୍କାଠାରୁ କୁଚିଣ୍ଡାର ଲଙ୍କା ସର୍ବୋତ୍ତମ । ରାଗ ବି ଯେମିତି, ସୁଆଦ ବି ସେମିତି ନିଆରା । ଏହା ଆମେ କହୁନାହୁଁ, ବରଂ ସ୍ପାଇସ୍ ବୋର୍ଡ ଅଫ୍ କୋଚି ଏବଂ ଚେନ୍ନାଇ ସ୍ଥିତ ଏସଜିଏସ୍ ଲ୍ୟାବ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏପରିକି ଦେଶରେ ବର୍ତ୍ତମାନ ସୁଦ୍ଧା ଜିଆଇ ଟ୍ୟାଗ୍ ମାନ୍ୟତା ପାଇଥିବା ସବୁ ଲଙ୍କା ଠାରୁ ବି ଏହାର ମାନ ଉନ୍ନତ ବୋଲି ପ୍ରମାଣିତ […]
ସମ୍ବଲପୁର : ଦେଶର ପ୍ରତିଟି ପ୍ରାନ୍ତରେ ଉତ୍ପାଦନ ହେଉଥିବା ଲଙ୍କାଠାରୁ କୁଚିଣ୍ଡାର ଲଙ୍କା ସର୍ବୋତ୍ତମ । ରାଗ ବି ଯେମିତି, ସୁଆଦ ବି ସେମିତି ନିଆରା । ଏହା ଆମେ କହୁନାହୁଁ, ବରଂ ସ୍ପାଇସ୍ ବୋର୍ଡ ଅଫ୍ କୋଚି ଏବଂ ଚେନ୍ନାଇ ସ୍ଥିତ ଏସଜିଏସ୍ ଲ୍ୟାବ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏପରିକି ଦେଶରେ ବର୍ତ୍ତମାନ ସୁଦ୍ଧା ଜିଆଇ ଟ୍ୟାଗ୍ ମାନ୍ୟତା ପାଇଥିବା ସବୁ ଲଙ୍କା ଠାରୁ ବି ଏହାର ମାନ ଉନ୍ନତ ବୋଲି ପ୍ରମାଣିତ ହୋଇଛି । ଫଳରେ ଏହି ଲଙ୍କାକୁ ବି ଜିଆଇ ଟ୍ୟାଗ୍ ମାନ୍ୟତା ଆଶା ଉଜ୍ଜ୍ୱଳ ହୋଇଛି ।

ସେପଟେ, ଦୀର୍ଘ ବର୍ଷ ଧରି ଏହାର ବଜାର ବ୍ୟବସ୍ଥାର ଅଭାବରୁ ଚାଷୀ ଦିନକୁ ଦିନ ଏହି ଚାଷରୁ ବିମୁଖ ହୋଇ ଆସିଛନ୍ତି । ହେଲେ ଗତବର୍ଷ ଠାରୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ପୁଣି ଥରେ କୁଚିଣ୍ଡା ଉପଖଣ୍ଡରେ ଏହି ଚାଷ ତା’ର ଚମକ ଫେରି ପାଇବାକୁ ଯାଉଛି । ଲଙ୍କା ଚାଷ ପାଇଁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସାରା ଦେଶରେ ସ୍୍ୱତନ୍ତ୍ର ଖ୍ୟାତି ରଖିଛି । ଦେଶର ମୋଟ୍ ଲଙ୍କା ଉତ୍ପାଦନର ୫୭.୮୦ ପ୍ରତିଶତ କେବଳ ଆନ୍ଧ୍ରପ୍ରଦେଶ ଯୋଗାଉଥିବା ବେଳେ କର୍ଣ୍ଣାଟକ ୧୨.୪୦ ଧ ଉତ୍ପାଦନ କରି ଦ୍ୱିତୀୟରେ ରହିଛି । ଆଉ ଓଡ଼ିଶା ମାତ୍ର ୪.୮୨ ଉତ୍ପାଦନ କରି ତୃତୀୟ ସ୍ଥାନରେ ରହିଛି । ଓଡ଼ିଶା କଥା ବିଚାରକୁ ନେଲେ ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର ଏବଂ କୋରାପୁଟ ଜିଲ୍ଲାରେ ହିଁ ଲଙ୍କା ଚାଷ ହୋଇଥାଏ । ଅଧିକ ମାତ୍ରାରେ କେବଳ ଗଞ୍ଜାମ ଏବଂ ସମ୍ବଲପୁର ଜିଲ୍ଲାରେ ହୋଇଥାଏ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏହି ଲଙ୍କା ଚାଷ ହେଉଥିଲେ ହେଁ କୁଚିଣ୍ଡା ଉପଖଣ୍ଡର ଲଙ୍କା ସାରା ଦେଶରେ ସ୍ୱତନ୍ତ୍ର ପ୍ରସିଦ୍ଧି ରଖିପାରିଛି । ଏହା ଗୁଣ୍ଟୁର ଜିଲ୍ଲାର ଲଙ୍କାଠାରୁ ମଧ୍ୟ ଅଧିକ ଉନ୍ନତମାନର ହୋଇଥିବାରୁ ଏହାର ଚାହିଦା ରହିଛି । କୁହାଯାଏ, ବାମଣ୍ଡା ରାଜାଙ୍କ ସମୟରୁ ଏହି ଅଞ୍ଚଳରେ ଲଙ୍କା ମରିଚ ସାଙ୍ଗକୁ ଲିଚୁ ଚାଷ ଆରମ୍ଭ ହୋଇଥିଲା । ତେଣୁ, ଏହି କିସମର ଲଙ୍କା ରାଜାଙ୍କ ଅମଳରୁ ହିଁ ଏଠାରେ ଉତ୍ପାଦିତ ହୋଇଆସୁଛି । ଏହା ଦେଖିବାକୁ ବେଶି ଲମ୍ବା ନୁହେଁ । ହେଲେ ଏହାର ରାଗ ଭୀଷଣ । ଛୋଟ ଛୋଟ ଆକୃତିର ହୋଇଥିବାରୁ ଶୁଖିଲା ବିକ୍ରି ପାଇଁ ଏହାର ଚାହିଦା ଅନେକ ଗୁଣରେ ବଢିଯାଇଥାଏ । ଏହାର ଗୁଣ ଦୃଷ୍ଟିରୁ ଏହାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି । ତେବେ, ଏହି ପରିପ୍ରେକ୍ଷୀରେ ଓରମାସ୍ ପକ୍ଷରୁ ଏହି ଲଙ୍କାର ନମୁନାକୁ ସ୍ପାଇସ୍ ବୋର୍ଡ ଅଫ୍ କୋଚି ଏବଂ ଏସkିଏସ୍ ଲ୍ୟାବୋରାଟୋରି ଚେନ୍ନାଇକୁ ପଠାଯାଇଥିଲା । ଏହି ପରୀକ୍ଷା ବିଶେଷତଃ ଲଙ୍କାର ରପ୍ତାନି, ରଙ୍ଗ, ଗୁଣ ଆଦି ବିଭିନ୍ନ ମାପଦଣ୍ଡକୁ ନେଇ ହୋଇଥାଏ ।

ଆଉ ଏହି ସବୁ ପରୀକ୍ଷାରେ ଉଭୟ ସଂସ୍ଥାର ରିପୋର୍ଟରେ କୁଚିଣ୍ଡାର ଲଙ୍କା ସର୍ବୋତ୍ତମ ବୋଲି ଆସିଥିବା ନେଇ ଓରମାସ୍ ଅଧିକାରୀ ଶ୍ରୀମନ୍ତ ହୋତା ସୂଚନା ଦେଇଛନ୍ତି । ଏହାର ରଙ୍ଗ ଦୃଷ୍ଟିରୁ ଏଥିରେ କିଛିଟା ସମସ୍ୟା ରହୁଛି ବୋଲି ସେ କହିଛନ୍ତି । ଶୁଖିଲା ଲଙ୍କା ପରବର୍ତ୍ତୀ ସମୟରେ ହଳଦିଆ ହୋଇଯାଉଛି । ତେଣୁ ଏହାର କାରଣ ଜାଣିବା ପାଇଁ ଆର୍ଏମ୍ଏଲ୍ ନାମକ ଏକ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଦଶନ୍ଧି ପୂର୍ବରୁ ଏହି ଚାଷ କୁଚିଣ୍ଡା ଉପଖଣ୍ଡର କୁଚିଣ୍ଡା ଏବଂ ବାମରା ବ୍ଲକର ପ୍ରାୟ ୧୦ ହଜାରରୁ ଅଧିକ ହେକଫର ଜମିରେ ଚାଷ ହେଉଥିଲା । ହେଲେ ବର୍ତ୍ତମାନ ତାହା ଅଧାକୁ ହ ୍ରାସ ପାଇଯାଇଛି । ହେଲେ ଗତବର୍ଷ ଠାରୁ ଆଇଟିଡିଏ, ଆର୍ଏମ୍ସି, ଜିଲ୍ଲା କୃଷି ଏବଂ ଉଦ୍ୟାନ ବିଭାଗ, ଓଡିଶା ଜୀବିକା ମିଶନ ଓ ଓରମାସ୍ର ମିଳିତ ପ୍ରଚେଷ୍ଟାରେ ଏହାର ପୁନଃଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଆଉ ଚାଷୀଙ୍କୁ ଲଙ୍କା ଚାଷ ପାଇଁ ତାଲିମ ଦିଆଯିବା ସହିତ ଗତବର୍ଷ ପରୀକ୍ଷାମୂଳକ ଭାବେ ୧୬୬ ହେକଫରରେ ଲଙ୍କା ଗୁଣ୍ଡ ସକାଶେ ଚାଷ କରାଯାଇଥିଲା । ଆଉ ପ୍ରାଥମିକ ଭାବେ ୨୧୦ ଜଣ ଏସ୍ଏୁଜିି ମହିଳାଙ୍କୁ ନେଇ ଏହା ଆରମ୍ଭ ହୋଇଥିବା ବେଳେ ଏବର୍ଷ ଦୁଇଗୁଣା ଚାଷ ହୋଇଛି । ଏହାଛଡା ଗତବର୍ଷ ଏହି ସ୍କିମ୍ ବାହାରେ ସମଗ୍ର ଉପଖଣ୍ଡରେ ମୋଟ୍ ୪୭୮୬ ହେକଫରରେ ଚାଷ ହୋଇଥିଲା । ଆଉ ଏବର୍ଷ ପ୍ରାୟ ୬ ହଜାର ହେକଫରରେ ଚାଷ ହୋଇଥିବା ସୂଚନା ମିଳିଛି । ଏହାଛଡ଼ା ଆସନ୍ତାବର୍ଷରୁ ୭୦ ହଜାର ଟନ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ହୋତା ସୂଚନା ଦେଇଛନ୍ତି ।




