ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ

ପୁରୀ: : ଡିସେମ୍ବର ୦୧: ୧୯୮୯ରୁ ଚାଲି ଆସୁଥିବା ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ ଆଜି ଉଦଘାଟନ କରାଯିବ। ଭିଡିଓ କନ®ରେନ୍ସିଂ ଦ୍ୱାରା ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମୂର୍ଚ୍ଛନାରେ ମୂଖରିତ ହେବ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ। କରୋନା କାରଣରୁ ୨ ହଜାର ଦର୍ଶକ ବସିପାରୁଥିବା ଗ୍ୟାଲେରୀରେ ମାତ୍ର ଏକ ତୃତୀୟାଂଶ ଦର୍ଶକ ବସିବାର ବ୍ୟବସ୍ଥା […]

Samaya Live Picture
Published On

ପୁରୀ: : ଡିସେମ୍ବର ୦୧: ୧୯୮୯ରୁ ଚାଲି ଆସୁଥିବା ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ ଆଜି ଉଦଘାଟନ କରାଯିବ। ଭିଡିଓ କନ®ରେନ୍ସିଂ ଦ୍ୱାରା ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମୂର୍ଚ୍ଛନାରେ ମୂଖରିତ ହେବ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ। କରୋନା କାରଣରୁ ୨ ହଜାର ଦର୍ଶକ ବସିପାରୁଥିବା ଗ୍ୟାଲେରୀରେ ମାତ୍ର ଏକ ତୃତୀୟାଂଶ ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଛି। ଆହୁରି ମଧ୍ୟ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବାଲୁକାଶିଳ୍ପୀଙ୍କ ବାଲୁକାକଳାର ପରିଦର୍ଶନ ପାଇଁ ବାଧ୍ୟତାମୂଳକ ପଞ୍ଜିକରଣର ବ୍ୟବସ୍ଥା କରାଯିବ।

ପ୍ରଦର୍ଶନୀ ମାତ୍ର ୩୦ଟି ଷ୍ଟଲକୁ ନେଇ କରାଯିବାର ନିୟମ କରାଯାଇଛି। ଏଥିରେ ମାତ୍ର ଦୁଇ ଜଣ ବିଦେଶୀ ଶିଳ୍ପୀ ଭାଗ ନେଇ ପାରିବେ । ତେବେ ସର୍ବୋପରି ଓଡିଶାର କଳା ଓ ସଂସ୍କୃତିକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଅନୁଷ୍ଠିତ କରାଯାଉଥିବା କୋଣାର୍କ ଉତ୍ସବ କରୋନା ମହାମାରୀ କରାଣରୁ ସାମାନ୍ୟ ଫିକା ପଡିଥିବା ଖବର ରହିଛି ।