ଆରମ୍ଭ ହେଲା କୋଣାର୍କ ଫେଷ୍ଟିଭାଲ

ଆରମ୍ଭ ହେଲା କୋଣାର୍କ ଫେଷ୍ଟିଭାଲ
Samaya Live News Picture
Published On

ଭୁବନେଶ୍ୱର : ଡିସେମ୍ବର ୧ ତାରିଖ ସନ୍ଧ୍ୟାରୁ ଆରମ୍ଭ ହେଲା ୩୬ ତମ କୋଣାର୍କ ଉତ୍ସବ I ୫ ଦିନ ଧରି ଚାଲିବ ଏହି ମୁକ୍ତାକାଶ ନୃତ୍ୟଶାଳା  I ସୋମବାର ସନ୍ଧ୍ୟାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ମନୋରମ ପୃଷ୍ଠଭୂମିରେ ଉତ୍ସବକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ତାଙ୍କ ଉପସ୍ଥିତ ରହିଥିଲେ ପତ୍ନୀ ଡକ୍ଟର ପ୍ରିୟଙ୍କା ମାରାଣ୍ଡି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଏବଂ ତୁଷାରକାନ୍ତି ବେହେରା, ଆଶ୍ରିତ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର, ଉପାସନା ମହାପାତ୍ର ଏବଂ ସୁନୀଲ କୁମାର ମହାନ୍ତିଙ୍କ ସମେତ ବିଶିଷ୍ଠ ବ୍ୟକ୍ତିମାନେ ଆନୁଷ୍ଠାନିକ ଦୀପ ପ୍ରଜ୍ଜ୍ୱଳନ କରି ମହୋତ୍ସବର ଉଦଘାଟନ କରିଥିଲେ।ଉଦଘାଟନୀ ସନ୍ଧ୍ୟାରେ ଓଡିଶୀ ନୃତ୍ୟଗୁରୁ ସୋନାଲି ମହାପାତ୍ର ଏବଂ ଭୁବନେଶ୍ୱରର ନୃତ୍ୟ ଉପାସନା ପୀଠର କଳାକାରମାନେ ହନୁମାନ ଚାଳିଶା ନୃତ୍ୟାଭିନୟରୁ ଆରମ୍ଭ କରିଥିଲେ ନୃତ୍ୟ। ତା’ପରେ ସାରଙ୍ଗ ପଲ୍ଲବୀ ଏବଂ ଚାରି ଯୁଗ ଦେବୀ ପରିବେଷଣ କରିଥିଲେ। ସଙ୍ଗୀତ ରଚନା ଗୁରୁ ଅଭିରାମ ନନ୍ଦ ଏବଂ ନିର୍ମଳ କୁମାର ମହାପାତ୍ରଙ୍କ ଦ୍ୱାରା କରାଯାଇଥିଲା। ନୃତ୍ୟଶିଳ୍ପୀ ଏବଂ ସଂଗୀତଜ୍ଞମାନଙ୍କର ସହାୟକ ଦଳ କଣ୍ଠ, ମର୍ଦ୍ଦଳ, ବଂଶୀ, ମଞ୍ଜିରା, ଭାୟୋଲିନ୍, ତବଲା ଏବଂ ସୀତାର ସହିତ ପ୍ରଦର୍ଶନକୁ ସମୃଦ୍ଧ କରିଥିଲେ। 

Tags: