କୋଲାବ ପୋଲ ଭାଙ୍ଗି ଯାତାୟାତ ବାଧାପ୍ରାପ୍ତ

କୋଲାବ ପୋଲ ଭାଙ୍ଗି ଯାତାୟାତ ବାଧାପ୍ରାପ୍ତ

ଜୟପୁର : ଧସିଲା ପୋଲ,ଅଳ୍ପକେ ବର୍ତ୍ତୀଲେ ଲୋକେ । ଜୟପୁର ଜଳସେଚନ ବିଭାଗର ସର୍ବପୁରାତନ ବ୍ରିଜଟି ଧସିଯିବା ଫଳରେ ବାରିଣୀପୁଟ ପଂଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଛି । 

ସମ୍ବନ୍ଧିତ ଖବର ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

ସୂଚନାନୁସାରେ, କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପଟ୍ରାଗୁଡ଼ା ଠାରୁ କଲାଗୁଡ଼ାକୁ ଏକ ସର୍ବପୁରାତନ ପୋଲ ସଂଯୋଗ କରୁଛି । ହେଲେ ହଠାତ୍ ଶନିବାର ଦିନ ପୋଲଟି ଦବିଯାଇଛି । ରକ୍ଷଣାବେକ୍ଷଣ ଅଭାବରୁ ପୋଲର ଏପରି ଅବସ୍ଥା ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୋଲଟି କୋଲାବ ନାଳ ଉପରେ ନିର୍ମିତ ହୋଇଥିଲା । ତେବେ ପୋଲ ଦବିବା ଯୋଗୁ ଉକ୍ତ ରାସ୍ତାରେ ଯାତାୟତ ଠପ୍ ରହିଛି । ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଜୟପୁର ସଦର ଥାନା ପୋଲିସ  ।

ସମ୍ବନ୍ଧିତ ଖବର ରାଜ୍ୟରେ ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ

Tags: