ଖୋର୍ଦ୍ଧା ଜିଲ୍ଲା ବାସ୍କେଟବଲ୍ ଆସୋସିଏସନ୍ ପକ୍ଷରୁ ଉଦୀୟମାନ ଖେଳାଳିଙ୍କୁ ସମ୍ମାନିତ
ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ବାସ୍କେଟବଲ୍ ଆସୋସିଏସନ୍ (KDBA) ଓ ଭୁବନେଶ୍ୱର ବାସ୍କେଟବଲ୍ ଆସୋସିଏସନ୍ (KDBA) ପକ୍ଷରୁ ଉଦୀୟମାନ ବାସ୍କେଟବଲ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ଗତକାଲି ଖେଳାଳୀ ମାନଙ୍କ ପାଇଁ ୟୁନିଟ୍–୧ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରିସରରେ ଏକ ଅଭିନନ୍ଦନ ସଭା ଆୟୋଜିତ ହୋଇଥିଲା । ଏଥିରେ ୬୨ତମ ଜୁନିଅର ବାସ୍କେଟବଲ୍ ଚମ୍ପିଆନସିପ୍ ଓ ୫୦ତମ ସବ୍-ଜୁନିଅର ବାସ୍କେଟବଲ୍ ଚାମ୍ପିଆନସିପ୍ ୨୦୨୬ରେ ରନର୍ସଅପ୍ ସ୍ଥାନ ଅଧିକାର କରି ଆସୋସିଏସନ୍କୁ ଗୌରବାନ୍ୱିତ କରିଥିବା ଖେଳାଳିମାନଙ୍କୁ ସମ୍ମାନିତ କରାଯାଇଥିଲା ।
.jpeg)
ଏଥିସହ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିବା ସିନିଅର ନ୍ୟାସନାଲ୍ ବାସ୍କେଟବଲ୍ ଚାମ୍ପିଆନସିପ୍ ର ୪ ଜଣ ଓ ଜୁନିଅର ନ୍ୟାସନାଲ୍ ବାସ୍କେଟବଲ୍ ଚାମ୍ପିଆନସିପର ୪ ଜଣ ଖେଳାଳିଙ୍କୁ ମଧ୍ୟ ବିଶେଷ ଭାବେ ସମ୍ମାନିତ କରାଯାଇଥିଲା ।
ଆୟୋଜିତ ଅଭିନନ୍ଦନ ସଭାରେ ମୁଖ୍ୟ ଅତିଥି ଭାବେ ମଧୁସୂଦନ ପାଢ଼ୀ ଓ ମକବୂଲ ଅଲି ଉପସ୍ଥିତ ଥିଲେ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାସ୍କେଟବଲ୍ ଆସୋସିଏସନ୍ର ସଚିବ ପ୍ରଶାନ୍ତ କୁମାର ନାୟକ ସହିତ ବରିଷ୍ଠ ଖେଳାଳିମାନେ ମଞ୍ଚରେ ଉପସ୍ଥିତ ଥିଲେ । ଆସୋସିଏସନ୍ର ସମସ୍ତ ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ଖେଳାଳିମାନଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।




