୨୦ ତାରିଖରୁ ହେବ ଖରିଫ ଧାନ କିଣା

୨୦ ତାରିଖରୁ ହେବ ଖରିଫ ଧାନ କିଣା

ଭୁବନେଶ୍ୱର : ଆସନ୍ତା ୨୦ରୁ ଆରମ୍ଭ ହେବ ଖରିଫ ଧାନ କିଣା । ବରଗଡ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ପ୍ରଥମ ପର୍ଯାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଦୁଇ ବର୍ଷ ମଧ୍ୟରେ ୧୦୦ ଟି ମଡେଲ ମଣ୍ଡି ପାଇଁ ହୋଇଛି ନିଷ୍ପତ୍ତି । 

Read More ପଞ୍ଚସଫ୍ଟ ଓ ସିଲିକନ୍ କଳା ତାଲିକା ଭୁକ୍ତ

ଚଳିତ ଆର୍ଥିକ ବର୍ଷରେ ୮୦ଟି ସମବାୟ ସମିତିରେ ୨୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟିର ବ୍ୟୟ ବରାଦ ହୋଇଛି। ୯୭୩ଟି ସମବାୟ ସମିତି, RMCରେ ୫୧୬ କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।

Read More ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ,ସୁରକ୍ଷାରେ ୪୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ

ଚଳିତ ବର୍ଷ "ବିଜେପି ସରକାର କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କାରେ ଧାନ କିଣିବା ପାଇଁ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରତିବଦ୍ଧ । କେନ୍ଦ୍ର ଦ୍ୱାରା ସ୍ଥିର କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୨,୩୦୦ ଟଙ୍କା ବ୍ୟତୀତ ଚାଷୀମାନଙ୍କୁ ଫସଲର କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଅତିରିକ୍ତ ଇନପୁଟ୍ ସବସିଡି ଦିଆଯିବ । ପୂର୍ବ ବର୍ଷ ଅପେକ୍ଷା ଏଥର ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ମିଡିଲ ମ୍ୟାନ୍ ଫାଇଦା ନନେବା ପାଇଁ ଇ-କେୱାଇସି ଲାଗୁ କରାଯାଇଛି । 

Read More ମାଧୁରୀ ଦୀକ୍ଷିତ ନେଇଛନ୍ତି ୧ କୋଟି ୬୦ ଲକ୍ଷ

NHY
୨୦ ତାରିଖରୁ ହେବ ଖରିଫ ଧାନ କିଣା
Tags: