୯ ଜିଲ୍ଲା ଦେଇ ଯିବ ଖଡ଼ଗପୁର-ଅମରାବତୀ ହାଇସ୍ପିଡ୍‌ ରୋଡ୍‌ କରିଡ଼ର

 ୯ ଜିଲ୍ଲା ଦେଇ ଯିବ ଖଡ଼ଗପୁର-ଅମରାବତୀ ହାଇସ୍ପିଡ୍‌ ରୋଡ୍‌ କରିଡ଼ର
Samaya Live News Picture
Published On

ଭୁବନେଶ୍ୱର : ରାୟଗଡା ପାଇଁ ଖୁସି ଖବର । ରାଜ୍ୟରେ ନୂଆ କରିଡର ନିର୍ମାଣ ପାଇଁ କେନ୍ଦ୍ରର ମଞ୍ଜୁରୀ । ଖଡ଼ଗପୁରଠାରୁ ଆନ୍ଧ୍ର ପ୍ରଦେଶର ଅମରାବତୀକୁ ହାଇସ୍ପିଡ୍‌ ରୋଡ୍‌ କରିଡ଼ର ନିର୍ମାଣ ପାଇଁ କେନ୍ଦ୍ରର ମଞ୍ଜୁରି ପରେ ରାୟଗଡ଼ାରେ ଖୁସିର ଲହରୀ ଖେଳି ଯାଇଛି । ଚାରୋଟି ରାଜ୍ୟ ଦେଇ ଖଡ଼ଗପୁର (ପଶ୍ଚିମ ବଙ୍ଗ) ରୁ ଅମରାବତୀ (ଆନ୍ଧ୍ର ପ୍ରଦେଶ) କୁ ସଂଯୋଗ କରୁଥିବା ୧ , ୧୦୭କିଲୋମିଟର ରାସ୍ତା ପାଇଁ  ଘଣ୍ଟାକୁ ବେଗ ୧୦୦ରୁ ୧୨୦କିମି. ଲକ୍ଷ ରଖାଯାଇଥିବାବେଳେ ୭୫, ୬୨୯ ଟଙ୍କା ବ୍ୟୟ ଅଟକଳ ହୋଇଛି । ଏହି ଯୋଜନାରେ ଓଡ଼ିଶାର ୯ଟି ଜିଲାରେ ରାସ୍ତା ନିର୍ମାଣ କରାଯିବ। ରାୟଗଡ଼ା ଜିଲା ମଧ୍ୟରେ ୫୩ କିମି ରାସ୍ତା ନିର୍ମାଣ ହେବ ବୋଲି ଜଣାପଡ଼ିଛି । 

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ରରେ ୧୧୦୭ କିମି ରାସ୍ତା ନିର୍ମାଣ ହେବ। ଓଡ଼ିଶାର ୯ ଜିଲା ମଧ୍ୟରେ ମୟୂରଭଞ୍ଜ ଦେଇ ୮୬ କିମି, କେନ୍ଦୁଝର ୮୬ କିମି, ଢେଙ୍କାନାଳ ୮୮କିମି, ଗଞ୍ଜାମ ୯୭ କିମି, କଟକ ୨୧ କିମି, ନୟାଗଡ଼ ୩୮ କିମି, ଗଜପତି କିମି ୩୬, ରାୟଗଡ଼ା ୫୩ ଏବଂ କୋରାପୁଟ ଜିଲା ଦେଇ ୧୭ କିମି ରାସ୍ତା ନିର୍ମାଣ ନେଇ ସୂଚନା ମିଳିଛି। 

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହି ରାସ୍ତାକୁ ମଞ୍ଜୁରି କରିଡର ନିର୍ମାଣ ନେଇ ଉତ୍ସୁକତା ପ୍ରକାଶ ପାଇଛି । ରାୟଗଡ଼ା ଜିଲାର ଗୁଣପୁର, ରାମନାଗୁଡ଼ା ଦେଇ ସୀମାନ୍ତ କୁରୁପମରେ ରାସ୍ତା ସଂଯୋଗ ନେଇ ସୂଚନା ମିଳିଛି। ଏହି କରିଡର୍‌ ନିର୍ମାଣ ହେଲେ ରାୟଗଡ଼ା ଜିଲାର ଆଦିବାସୀ ଅଞ୍ଚଳରେ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରିବଟା ସୁଗମ ହେବା ସହିତ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

 

Tags: