ଜାନୁଆରୀ ୨୫ ରୁ ଖଣ୍ଡଗିରି ମେଳା

ଅଶ୍ଳୀଳ ନୃତ୍ୟ ମନା,ଲାଗିବ ୧୦୦ ସିସିଟିଭି

ଜାନୁଆରୀ ୨୫ ରୁ ଖଣ୍ଡଗିରି ମେଳା
Samaya Live News Picture
Published On

ଭୁବନେଶ୍ୱର : ଜାନୁଆରୀ ୨୫ ରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ମାଘ ମେଳା । ଫେବୃଆରୀ ୭ ଯାଏଁ ମେଳା ଚାଲିବ । ମେଳାକୁ ନେଇ ବଡ଼ ଘୋଷଣା କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ ମେଳା ସମୟରେ ପରିବେଷଣ ହେଉଥିବା ଅପେରାରେ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ମୋଟ ସାତୋଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବାକୁ ଥିବାବେଳେ ଯାତ୍ରା ସମୟରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିଛି ରୋକ । ଆଜି ବିଏମସି ପ୍ରସ୍ତୁତି ବୈଠକ ପରେ ସୂଚନା ଦେଇଛନ୍ତି ମେୟର ।

ଖଣ୍ଡଗିରି ମେଳା କିପରି ସୁରୁଖୁରୁରେ ସରିବ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯିବ। ମେଳାରେ ୧୦୦ଟି ସିସିଟିଭି ନଜର ରଖିବା ସହିତ ମୁତୟନ ହେବେ ଅଧିକ ପୋଲିସ ଫୋର୍ସ । ରହିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । ସେହିପରି ମେଳାରେ ସାଧୁସନ୍ଥଙ୍କ ରହିବା, ଖାଇବା ଏବଂ ଶୌଚାଳୟ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ନେଇ ମେୟର କହିଛନ୍ତି । 

 

Tags: