ଚଳିତ ବଜେଟରେ କନ୍ୟା ସୁମଙ୍ଗଳ ଯୋଜନା

ଚଳିତ ବଜେଟରେ କନ୍ୟା ସୁମଙ୍ଗଳ ଯୋଜନା

ଭୁବନେଶ୍ୱର: ଗରିବ ମେଧାବୀ ଛାତ୍ରୀଙ୍କ ଚିନ୍ତା ଦୂର କଲେ ରାଜ୍ୟ ସରକାର । ସ୍ନାତକ ପରବର୍ତ୍ତୀ ଶିକ୍ଷା ପାଇଁ ଛାତ୍ରୀଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା । ୨୦୨୬-୨୭ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୋହନ ମାଝୀ। ଚଳିତ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା କରିଛନ୍ତି । ଆର୍ଥିକ ଦୁର୍ବଳ ଝିଅଙ୍କୁ ବିଏ ତଥା ସ୍ନାତକ ପାଇଁ ଏହି ଯୋଜନା କାର୍ଯ୍ୟ କରିବ। ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ । ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ସେହିପରି ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ଘୋଷଣା କରାଯାଇଛି । ଏହାଦ୍ୱାରା ୧ କୋଟିରୁ ଅଧିକ ମହିଳା ଉପକୃତ ହୋଇପାରିବେ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସମ୍ବନ୍ଧିତ ଖବର ଆସନ୍ତା କାଲିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ

 

ସମ୍ବନ୍ଧିତ ଖବର ଧାନ କିଣାର ତଥ୍ୟ ରଖିଲେ ସରକାର

Tags: