କଣ୍ଟାମାଳ ବିଡ଼ିଓ ନିଲମ୍ବିତ

କଣ୍ଟାମାଳ ବିଡ଼ିଓ ନିଲମ୍ବିତ
Samaya Live News Picture
Published On

ବୌଦ୍ଧ : କାର୍ଯ୍ୟରେ ଅବହେଳା ଯୋଗୁ ବିଡ଼ିଓ ନିଲମ୍ବିତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସାମି ରେଡ୍ଡୀ ଜୟଶ୍ରୀଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏହି ଆଦେଶ ଜାରି କରାଯାଇଛି ।

ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନଭେମ୍ବର ୬ ତାରିଖରେ ଜାରି ହୋଇଛି ଅଫିସ୍ ଅର୍ଡର । ନିଲମ୍ବନ ଅବଧି ମଧ୍ୟରେ ତାଙ୍କର ମୁଖ୍ୟାଳୟ ସମ୍ବଲପୁର ସ୍ଥିତ ରାଜସ୍ୱ ଡିଭିଜନାଲ କମିଶନର, ଉତ୍ତରାଞ୍ଚଳଙ୍କ କାର୍ଯ୍ୟାଳୟରେ ରହିବ । ଆରଡିସିଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ । ତାଙ୍କ ବିରୋଧରେ ଥିବା ଅଭିଯୋଗର ଦସ୍ତାବିଜ ସହ ଚାର୍ଜ ଡ୍ରାଫ୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବା ପାଇଁ ବୌଦ୍ଧ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Tags: