କଳିକେଶ ଏକା ଦଳକୁ ପାରିବେନି - ଦେବାଶିଷ

କଳିକେଶ ଏକା ଦଳକୁ ପାରିବେନି - ଦେବାଶିଷ

ଭୁବନେଶ୍ୱର : କଳିକେଶ ନାରାୟଣ ସିଂହ ଦେଓଙ୍କୁ ବିଜେଡି ନେତୃତ୍ୱ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଯେ କଳିକେଶ ଜଣେ ଦକ୍ଷ ଯୁବନେତା, ତାଙ୍କ ପରିବାର ସହ ନବୀନଙ୍କର ଭଲ ସମ୍ପର୍କ । ନବୀନଙ୍କୁ କଳିକେଶ ଭେଟିବା ନୂଆ କଥା ନୁହେଁ, ଏକୁଟିଆ ନେତୃତ୍ୱ ନେଇପାରିବେନି । ବର୍ତ୍ତମାନ ସମସ୍ତଙ୍କୁ ସାଥିରେ ନେଇ ଯିବାର ଅଛି । ଦଳରେ କିଛି ନେତାଙ୍କୁ ବର୍ତ୍ତମାନ ଅଣଦେଖା କରାଯାଉଛି, କିନ୍ତୁ ସେମାନଙ୍କୁ ସାଥିରେ ନେବା ଉଚିତ । କିଛି ନେତାଙ୍କୁ ବର୍ତ୍ତମାନ ଅଣଦେଖା କରାଯାଉଛି, ଆଗାମି ପଞ୍ଚାୟତ ନିର୍ବାଚନରେ ସମସ୍ତଙ୍କୁ ଏକାଠି ନେଇ କାମ ନକଲେ ଦଳ ପାଇଁ କ୍ଷତି ହୋଇପାରେ ।

ସମ୍ବନ୍ଧିତ ଖବର ଦିଲ୍ଲୀପ ରାୟ ଜଣେ ଅନୁଭବି ନେତା - ମନମୋହନ

ସୂଚନାନୁସାରେ,କିଛିଦିନ ପୂର୍ବରୁ କଳିକେଶଙ୍କୁ ନେତୃତ୍ୱ ନେଇ ପ୍ରଥମେ ପ୍ରସଙ୍ଗ ଉଠାଇଥିଲେ ଦିବ୍ୟଶଙ୍କର ମିଶ୍ର । ଏହାପରେ କଳିକେଶ ସିଂହ ଦେଓ ନବୀନ ନିବାସ ଯାଇ ସଭାପତିଙ୍କୁ ଭେଟିଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା ।

ସମ୍ବନ୍ଧିତ ଖବର ଆଜି ବନକଲାଗି ନୀତି ପାଇଁ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

 

ସମ୍ବନ୍ଧିତ ଖବର ରାଜନୀତିର ରଙ୍ଗ ସବୁବେଳେ ଭଲ - ମନମୋହନ

Tags: