ଚରମ ଅବହେଳାର ଶିକାର ହେଲେ ଜୁନିଅର କୁସ୍ତି ଖେଳାଳି

ଟ୍ରେନ ଶୌଚାଳୟ ନିକଟରେ ବସି ଫେରିଲେ

ଚରମ ଅବହେଳାର ଶିକାର ହେଲେ ଜୁନିଅର କୁସ୍ତି ଖେଳାଳି
Samaya Live News Picture
Published On

ଭୁବନେଶ୍ୱର : ଜୁନିଅର କୁସ୍ତି ଖେଳାଳିଙ୍କୁ ଅଣଦେଖା I ଚରମ ଅବହେଳାର ଶିକାର ହୋଇ ୟୁପି ରୁ ଫେରିଛନ୍ତି ଖେଳାଳି । ତେବେ ଫେରିବା ବେଳେ ଟ୍ରେନରେ କୌଣସି ବନ୍ଦୋବସ୍ତ କରାଯାଇ ନଥିଲା। ଫଳରେ ଶୀତରେ ଥରି ଥରି ଟ୍ରେନ ବଗି ଶୌଚାଳୟ ନିକଟରେ ଘୋଡ଼ିଘାଡ଼ି ହୋଇ ଦୟନୀୟ ଅବସ୍ଥାରେ ବସି ଫେରିଥିଲେ ଖେଳାଳି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ରାଜ୍ୟ କୁସ୍ତି ଖେଳାଳିଙ୍କୁ ଏଭଳି ଅଣଦେଖାର ଭିଡିଓ ଭାଇରାଲ୍‌ ହେବା ପରେ ଖେଳପ୍ରେମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଜାତୀୟସ୍ତରୀୟ ସ୍କୁଲ୍‌ କୁସ୍ତିରେ ଭାଗ ନେବାକୁ ଉତ୍ତରପ୍ରଦେଶ ଯାଇଥିଲେ ଖେଳାଳି । ଏମାନଙ୍କ ମଧ୍ୟରେ ୧୦ ପୁଅ ଓ ୮ ଝିଅ ରହିଥିଲେ । ଗଶଶିକ୍ଷା ବିଭାଗ ବ୍ୟାନରରେ ଯାଇଥିଲେ ସମସ୍ତେ ।ତେବେ ମାସକ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବାବେଳେ କଣ ପାଇଁ ଟ୍ରେନ୍ ଟିକଟ୍ ହୋଇନଥିଲା। ଏନେଇ ଶିକ୍ଷକ ଭାନୁ ରଣାଙ୍କ ନାଁ ରେ ଅଭିଯୋଗ ହୋଇଛି । ସ୍କୁଲ ଓ ଗଣ ଶିକ୍ଷା ବିଭାଗ କିପରି ଏହା ଜାଣି ପାରିଲାନି ତାକୁ ନେଇ ପ୍ରଶ୍ନ ଉଠିଛି । ଟ୍ରେନ୍‌ ଟିକଟ୍ କନଫର୍ମ ନ ଥାଇ କିପରି ଭାବେ ନିଆଗଲା ତାକୁ ନେଇ ପ୍ରଶ୍ନ ଉଠୁଛି।

Tags: