ଜୁନିଅର ଛାତ୍ରଙ୍କୁ ସିନିଅରଙ୍କ ମାଡ଼
ରାୟଗଡ଼ା : ଛାତ୍ରାବାସରେ ପୁଣି ରାଗିଙ୍ଗ ଅଭିଯୋଗ । ଛାତ୍ରାବାସ ଭିତରେ ପଶି ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ରଙ୍କ ମାଡ଼ । ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡା ଜିଲ୍ଲା ପେଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ । ସିନିୟର୍ ଛାତ୍ରଙ୍କ ମାଡ଼ରେ ଷଷ୍ଠ ଶ୍ରେଣୀ ଛାତ୍ର ମୁକେଶ ନାଏକ ଆହତ ହୋଇଥିବା ସୂଚନା ମିଳିଛି ।
ଘଟନାନୁସାରେ , ପେଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ମୁକେଶ ନାଏକକୁ ଦଶମ ଶ୍ରେଣୀର ଛାତ୍ର ସୁପୁଲୁ ହିମିରିକା ଅନେକ ସମୟରେ ମାଡ଼ ମାରିବା ସହ ଲୁଗା ସଫା କରିବା, ବାସନ ମଜାଇବା କାମରେ ଲଗାନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ଜୁନିୟର ଛାତ୍ରର ବାମ ହାତରେ ଆଘାତ ଲାଗିଥିବା ଜଣାପଡିଛି । ଏହି ଘଟଣାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାପିଦେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ନିର୍ଯାତନାର ଶିକାର ହୋଇଥିବା ଛାତ୍ରର ପରିବାରକୁ ଜଣାଇଛନ୍ତି । ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ପ୍ରଶାସନ ପାଖରେ ମଧ୍ୟ ଖବର ନାହଁ ।
Tags:




