ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
By: Samaya Live News
ମାଲକାନଗିରି: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରି ସଦର ମହକୁମା ବ୍ଲକ କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିହାର ରଞ୍ଜନଙ୍କ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ମାଲକାନଗିରି ଟାଉନରେ ଥିବା ୩ ମହଲା କୋଠା ସମେତ ନବରଙ୍ଗପୁର ଜିଲ୍ଲା ରାଇଘରରେ ଥିବା ସମ୍ପର୍କୀୟଙ୍କ ଘର ଓ ମାଲକାନଗିରି ବିଡିଓଙ୍କ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି । ଚଢ଼ାଉରେ ୪ଜଣ ଡିଏସପି, ୭ଜଣ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ I
ସମ୍ବନ୍ଧିତ ଖବର ଆଜି ପୌଷ ପୂର୍ଣ୍ଣିମା,ମହାପ୍ରଭୁଙ୍କ ଦେଵାଭିଷେକ ନୀତି
Tags:



