ମା' ହେଲା ଜିନ୍ନତ
ମୟୁରଭଞ୍ଜ : ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟ ପାଇଁ ଖୁସି ଖବର । ମା' ହେଲା ବାଘୁଣୀ ଜିନ୍ନାତ ଇ ଗତ ୨୮ତାରିଖ ଦିନ ଜିନ୍ନତ ଏକାଥରକେ ୪ଟି ପିଲାଙ୍କୁ ଜନ୍ମ ଦେଇଛି । ଏହା ପଶୁପ୍ରେମୀ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ । ବାଘୁଣୀ ଜିନ୍ନତକୁ ୨୦୨୪ ନଭେମ୍ବର ମାସରେ ମହାରାଷ୍ଟ୍ରର ତଡ଼ବା–ଅନ୍ଧାରି ଅଭୟାରଣ୍ୟରୁ ଆଣି ଶିମିଳିପାଳରେ ଛଡ଼ାଯାଇଥିଲା । ସେଠାରେ କଡ଼ା ସୁରକ୍ଷା ଏବଂ ସୁବନ୍ଦୋବସ୍ତ ମଧ୍ୟରେ ରଖାଯାଇଥିଲା । ତଥାପି ମଝିରେ ମଝିରେ ଜିନ୍ନତ ଖସି ଯାଇ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିଲା । ସେଠାରୁ ତାଙ୍କ ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖୁଥିଲା ।
ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ମାଆ ହୋଇଛି ଶିମିଳିପାଳ ବାଘୁଣୀ ଜିନତ। ସେ ଚାରୋଟି ବାଘ ଛୁଆ ଜନ୍ମ କରିଛି ଏବଂ ବର୍ତ୍ତମାନ ସୁସ୍ଥ ଅଛି । ଏବେ ବାଘ ଛୁଆଙ୍କ ଆଖି ଫିଟିନି । ଆଶା କରାଯାଉଛି ଯେ ଖୁବ ଶୀଘ୍ର ସେମାନେ ଶିମିଳିପାଳ ପରିବେଶ ଓ ଜୈବ ବିବିଧତାରେ ଖାପ ଖୁଆଇବେ। ଶିମିଳିପାଳରେ ବର୍ତ୍ତମାନ ୪୦ଟି ବାଘ ଅଛି। ଏବେ ଚାରି ନୂଆ ବାଘ ଛୁଆ ଯୋଡ଼ି ହେଲେ। ସେମାନେ ଏବେ ଗପସ ଟ୍ରାକିଂରେ ଅଛନ୍ତି। ଜିନ୍ନତ ମା' ହେବା ପରେ ଶିମିଳିପାଳରେ ବାଘ ସଂରକ୍ଷଣ ଯୋଜନାକୁ ନୂଆ ଆଶା ମିଳିଛି ।




