ଝାରଖଣ୍ଡ : ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜିତିରେ ଆସ୍ଥା ଭୋଟ ,୪୮ ବିଧାୟକ ଙ୍କ ସମର୍ଥନ

ରାଞ୍ଚି :୦୫-୦୯: ଝାରଖଣ୍ଡ ରେ ଟଳିଲା ରାଜନୈତିକ ସଙ୍କଟ I ନିଜ ଚୌକି କୁ ସୁରକ୍ଷିତ ରଖିଲେ ମୁଖ୍ୟମନ୍ତ୍ରୀ I ୪୮ ଜଣ ବିଧାୟକଙ୍କ ସମର୍ଥନ ସହ ଆସ୍ଥାଭୋଟ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ I ଏହି ସମୟରେ ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରି ଥିବାର ଦେଖାଯାଇଥିଲା I ଖବର ଅନୁଯାୟୀ, ଦୁର୍ନୀତି ଅଭିଯୋଗ ଆସିବା ପରେ ଅଡୁଆରେ ପଡ଼ିଯାଇଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଆଜି ଝାଡ଼ଖଣ୍ଡ ବିଧାନସଭାର ଦିନିକିଆ ବିଶେଷ ଅଧିବେଶନ ଡକାଇ ଆସ୍ଥା […]

Samaya Live Picture
Published On

ରାଞ୍ଚି :୦୫-୦୯: ଝାରଖଣ୍ଡ ରେ ଟଳିଲା ରାଜନୈତିକ ସଙ୍କଟ I ନିଜ ଚୌକି କୁ ସୁରକ୍ଷିତ ରଖିଲେ ମୁଖ୍ୟମନ୍ତ୍ରୀ I ୪୮ ଜଣ ବିଧାୟକଙ୍କ ସମର୍ଥନ ସହ ଆସ୍ଥାଭୋଟ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ I ଏହି ସମୟରେ ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରି ଥିବାର ଦେଖାଯାଇଥିଲା I

ଖବର ଅନୁଯାୟୀ, ଦୁର୍ନୀତି ଅଭିଯୋଗ ଆସିବା ପରେ ଅଡୁଆରେ ପଡ଼ିଯାଇଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଆଜି ଝାଡ଼ଖଣ୍ଡ ବିଧାନସଭାର ଦିନିକିଆ ବିଶେଷ ଅଧିବେଶନ ଡକାଇ ଆସ୍ଥା ଭୋଟ୍‌ ପାଇଁ ପ୍ରସ୍ତାବ ଦେବା ସହ କହିଥିଲେ, ବିରୋଧୀ ଦଳ ଗଣତନ୍ତ୍ରକୁ ନଷ୍ଟ କରି ଦେଇଛି। ‘ବିଜେପି’ ବିଧାୟକମାନଙ୍କ ଘୋଡ଼ା ବେପାରରେ ମାତିଛି। ଆମେ ବିଧାନସଭା‌ରେ ଆମର ସାମର୍ଥ୍ୟ ପ୍ରତିପାଦନ କରିବୁ। ଗତ କିଛି ଦିନ ଧରି ଝାଡ଼ଖଣ୍ଡରେ ରାଜନୈତିକ ଡ୍ରାମା ଲାଗିରହିଥିଲା । ଯାହାଫଳରେ ଝାଡ଼ଖଣ୍ଡରେ ଆରମ୍ଭ ହୋଇଥିଲା ରିସୋର୍ଟ ପଲିଟିକ୍ସ । ବିଜେପିର ଘୋଡା ବେପାର ଆଶଙ୍କା କରି ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଥିଲା । ଆଉ ଏବେ ସୋମବାର ଦିନ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ଏଥିରେ ହେମନ୍ତ ସୋରେନ୍‌ ସରକାର ବହୁମତର ପରୀକ୍ଷା ଦେବାକୁ ଥିଲେ । ଆଉ ଏଥିରେ ମଧ୍ୟ ହେମନ୍ତ ସୋରେନ୍‌ ସରକାର ସଫଳ ହୋଇଛି । ସୋମବାର ଅନୁଷ୍ଠିତ ଆସ୍ଥା ଭୋଟ୍‌ ଜିତିଛି ହେମନ୍ତ ସୋରେନ୍‌ଙ୍କ ସରକାର । ହେମନ୍ତ ସୋରେନ୍‌ଙ୍କ ସପକ୍ଷରେ ୪୮ ଖଣ୍ଡ ଭୋଟ୍‌ ପଡିଥିବା ବେଳେ ବିଧାନସଭାର କକ୍ଷ ତ୍ୟାଗ କରିଥିଲେ ବିଜେପି ।

ବିଧାନସଭାର ଦଳୀୟ ସ୍ଥିତି
ମୋଟ ସିଟ୍ ସଂଖ୍ୟା -୮୧
ବହୁମତ -୪୨
ଝା.ମୁ.ମୋ – 30
କଂଗ୍ରେସ -୧୫
ଅନ୍ୟ – ୩
ବିଜେପି -୨୬
ଆଜସୁ – ୨
ସ୍ୱାଧୀନ – ୨