ପ୍ରକାଶ ପାଇଲା ଜେଇଇ ମେନ ରେଜଳ୍ଟ,ଭବେଶ ପାତ୍ର ଓଡିଶା ଟପ୍ପର

ପ୍ରକାଶ ପାଇଲା ଜେଇଇ ମେନ ରେଜଳ୍ଟ,ଭବେଶ ପାତ୍ର ଓଡିଶା ଟପ୍ପର

ଭୁବନେଶ୍ଵର : ସୋମବାର ପ୍ରକାଶ ପାଇଛି ଜେଇଇ ମେନ ରେଜଳ୍ଟ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜେଇ ମେନ୍ ୨୦୨୬ର ସେସନ୍-୧ ଫଳାଫଳ ପ୍ରକାଶ କରିଛି । ଜେଇଇ ପେପର-୧ (ବିଇ/ବିଟେକ) ପରୀକ୍ଷାରେ  ଏଥର ପ୍ରାୟ ୧୩.୦୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୧୨ ଜଣ ଛାତ୍ର ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ଦିଲ୍ଲୀର ଶ୍ରେୟାସ ମିଶ୍ରା ଜାତୀୟ ସ୍ତରରେ ଟପ୍ପର ହୋଇଛନ୍ତି ଏବଂ ଓଡ଼ିଆ ପୁଅ ଭବେଶ ପାତ୍ର ସର୍ବଭାରତୀୟସ୍ତରରେ ୬ ନମ୍ବର ସ୍ଥାନରେ ରହିବା ସହ ଓଡ଼ିଶା ଟପ୍ପର ହୋଇଛନ୍ତି । 

ସମ୍ବନ୍ଧିତ ଖବର ଚୋର ସନ୍ଦେହରେ ପିଟି ପିଟି ହତ୍ୟା

ସୂଚନାଯୋଗ୍ୟ, ଜେଇଇ ମେନ ୨୦୨୬ରେ ସେଶନ ୧ରେ ୧୩.୫୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ଏବଂ ୧୩.୦୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରୁ ୮,୫୫,୦୮୫ ପୁରୁଷ ଏବଂ ୪,୪୯,୫୬୮ ମହିଳା ଥିଲେ । ସାଧାରଣ ବର୍ଗରେ ୨,୯୫,୦୭୮ ପୁରୁଷ ପରୀକ୍ଷା ଦେଇଥିଲେ, ମହିଳା ୧,୫୭,୭୪୭ ମହିଳା ଅଂଶଗ୍ରହଣ କରିଥିଲେ । 

ସମ୍ବନ୍ଧିତ ଖବର ମହାଶିବରାତ୍ରି

ପ୍ରଥମ ୧୨ ଜଣଙ୍କ ମଧ୍ୟରେ ରହିଛନ୍ତି,ଶ୍ରେୟାସ ମିଶ୍ରା - ଦିଲ୍ଲୀ ,ନରେନ୍ଦ୍ର ବାବୁ ଗାରୀ ମାହିଥ - ଆନ୍ଧ୍ରପ୍ରଦେଶ,
ଶୁଭମ୍ କୁମାର - ବିହାର,କବୀର ଛିଲ୍ଲର - ରାଜସ୍ଥାନ,ଚିରଞ୍ଜୀବ କର - ରାଜସ୍ଥାନ,ଭବେଶ ପାତ୍ର- ଓଡ଼ିଶା, ଅନୟ ଜୈନ- ହରିୟାଣା ,ଅର୍ଣ୍ଣବ ଗୌତମ - ରାଜସ୍ଥାନ,ପାସଲା ମୋହିତ – ଆନ୍ଧ୍ର ପ୍ରଦେଶ ,ମାଧବ ବିରାଦିଆ-ମହାରାଷ୍ଟ୍ର , ପୁରୋହିତ ନିୟମ-ଗୁଜରାଟ ,ଭିଭାନ ଶରଦ ମାହେଶ୍ୱରୀ-ତେଲଙ୍ଗାନା

ସମ୍ବନ୍ଧିତ ଖବର ୨୦ରୁ ଠିକାଦାର ସଂଘ ଆନ୍ଦୋଳନ

 

Tags: