ଆସନ୍ତା ୧୬ ତାରିଖରେ ପ୍ରକାଶ ପାଇବ ଜେଇ ମେନ ସେସନ୍ -୧ ପରୀକ୍ଷାଫଳ

ଆସନ୍ତା ୧୬ ତାରିଖରେ ପ୍ରକାଶ ପାଇବ ଜେଇ ମେନ ସେସନ୍ -୧ ପରୀକ୍ଷାଫଳ

ଭୁବନେଶ୍ୱର : ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ସେସନ୍-୧ ଫଳ ଆସନ୍ତା ୧୬ ତାରିଖ ସୋମବାର ଦିନ ପ୍ରକାଶ ପାଇବ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଏହା ଫେବୃଆରୀ ୧୨ ତାରିଖ କିମ୍ବା ତା'ପୂର୍ବରୁ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର ଆସନ୍ତା କଲି ମିଳିବ ସୁଭଦ୍ରା ଟଙ୍କା

ସୂଚନାଯୋଗ୍ୟ, ଜେଇଇ ମେନ୍ ସେସନ୍-୧ ପାଇଁ ୧୩ ଲକ୍ଷ ୫୦ ହଜାର ୯୬୯ ଜଣ ଆବେଦନ କରିଥିଲେ । ଗତ ଜାନୁଆରୀ ୨୮ରୁ ୨୯ ତାରିଖ ଯାଏ ପରୀକ୍ଷା ହୋଇଥିଲା । ଏଥିରେ ୧୩ ଲକ୍ଷ ୩୬୮ ଜଣ ପରୀକ୍ଷା ଦେଇଛନ୍ତି । ଅର୍ଥାତ୍ ପରୀକ୍ଷାରେ ୯୬.୨୬ ପ୍ରତିଶତ ଉପସ୍ଥାନ ହୋଇଛି । ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ହଜାର ୩୧୪ ଜଣ ଭିନ୍ନକ୍ଷମ ଶିକ୍ଷାର୍ଥୀ ରହିଥିଲେ । ଏନ୍‌ଟିଏ ପକ୍ଷରୁ ୧୨ ତାରିଖ ସୁଦ୍ଧା ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ କୁହାଯାଇଥିଲା । ହେଲେ କିଛି ଛାତ୍ରଛାତ୍ରୀ ଆନସର ଚ୍ୟାଲେଞ୍ଜ କରିଥିଲେ । ଫଳରେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । NTA ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି, ଆସନ୍ତା ୧୬ ତାରିଖରେ ଜେଇଇ ମେନ୍ ସେସନ୍-୧ ର ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷାଫଳ ପାଇଁ ଅପେକ୍ଷା କରିଥିବା ଛତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ - jeemain.nta.nic.in ରେ ସେମାନଙ୍କର ନିଜସ୍ୱ  JEE ମେନ୍ ସେସନ୍ ୧ ସ୍କୋରକାର୍ଡ ଡାଉନଲୋଡ୍ କରିପାରିବେ ।

ସମ୍ବନ୍ଧିତ ଖବର ଏପ୍ରିଲରେ ୮ରେ ଦଳ ର ନୂଆ ନାଁ ଘୋଷଣା କରିବେ ମୋକିମ

 

ସମ୍ବନ୍ଧିତ ଖବର ଆଜି ବନକଲାଗି ନୀତି ପାଇଁ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

Tags: