ଏପ୍ରିଲରୁ ଜୟଦେବ ବିହାର- ନନ୍ଦନକାନନ ରାସ୍ତା କାମ ଆରମ୍ଭ - ମନ୍ତ୍ରୀ

ଏପ୍ରିଲରୁ ଜୟଦେବ ବିହାର- ନନ୍ଦନକାନନ ରାସ୍ତା କାମ ଆରମ୍ଭ  - ମନ୍ତ୍ରୀ

ଭୁବନେଶ୍ୱର : ଚଣ୍ଡିଗଡ଼ ଷ୍ଟାଇଲ ଆପଣାଇବ ଓଡ଼ିଶା । ଏପ୍ରିଲରୁ କାମ ଆରମ୍ଭ ହେବ ଜୟଦେବ ବିହାର- ନନ୍ଦନକାନନ ରାସ୍ତା । ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଜୟଦେବ ବିହାର ନନ୍ଦନକାନନ ରୋଡ ତିଆରି ସମୟରେ ମେନ୍ ରୋଡ ସହ ହେବ ସର୍ଭିସ୍ ରୋଡ । ସର୍ଭିସ୍ ରୋଡରେ ସ୍ଥାନୀୟ ଲୋକ ଯିବା ଆସିବା କରିବେ । ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଚଳିତମାସ ୨୫ ତାରିଖ ସୁଦ୍ଧା ସରିବ। ଏପ୍ରିଲରୁ କାମ ଆରମ୍ଭ ହେବ। ଚଣ୍ଡିଗଡ଼ ଢାଞ୍ଚାରେ ହେବ କାମ। ନିକଟରେ ଚଣ୍ଡିଗଡ ଗସ୍ତରେ ଯାଇଥିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହି ରୋଡ ଦେଖିବା ପରେ ତାହା ଭୁବନେଶ୍ୱରରେ ଆପଣାଇଛି ଓଡ଼ିଶା ।

ସମ୍ବନ୍ଧିତ ଖବର ଠକେଇ ଅଭିଯୋଗରେ ମହିଳା ସ୍ବେଛାସେବୀ ଗିରଫ

ଚଣ୍ଡିଗଡରେ ମେନ୍ ରୋଡ ଅଧିକାଂଶ ସମୟରେ ଟ୍ରାଫିକ ଫ୍ରି ରହିଥାଏ । ମେନ୍ ରୋଡ ସହ ସର୍ଭିସ୍ ରୋଡ ସଂଯୋଗ ରହିଥିବାରୁ ଟ୍ରାଫିକ ଫ୍ରି ରହିଥାଏ । ସର୍ଭିସ ରୋଡରେ ସ୍ଥାନୀୟ ଲୋକେ ଯିବା ଆସିବା କରନ୍ତି । ମେନ୍ ରୋଡକୁ ବହୁତ୍ କମ୍ ଲୋକେ ଆସନ୍ତି । ଜୟଦେବ ବିହାର ନନ୍ଦନକାନନ ରୋଡ ତିଆରି ସମୟରେ ମେନ୍ ରୋଡ ସହ ହେବ ସର୍ଭିସ୍ ରୋଡ।

ସମ୍ବନ୍ଧିତ ଖବର ପ୍ରକାଶ ପାଇଲା ଜେଇଇ ମେନ ରେଜଳ୍ଟ,ଭବେଶ ପାତ୍ର ଓଡିଶା ଟପ୍ପର

 

ସମ୍ବନ୍ଧିତ ଖବର ଫେବୃଆରୀ ୧୬ରୁ ଆଧାର ଅଭିଯୋଗ ଶୁଣାଣି ଆରମ୍ଭ

Tags: