ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ହୋଇଛି ବୃହତ ବିଜୟ । ଭୋଟ ଫଳାଫଳ ଘୋଷଣା ପରେ ଜୟଙ୍କୁ ଭୁବନେଶ୍ୱର ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଛି । ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସଭାପତି ମନମୋହନ ସାମଲ ଜୟଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି । ନୂଆପଡ଼ାର ବିକାଶଧାରାକୁ ଆହୁରି ଆଗକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତଙ୍କ ପରିଶ୍ରମରୁ ଏହି ବଡ଼ ସଫଳତା ମିଳିଛି ବୋଲି କହିଛନ୍ତି ମନମୋହନ ସାମଲ ।
ବିଜୟ ଉତ୍ସବରେ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜୟ ଢୋଲକିଆ ।ଏହି ବିଜୟ ନୂଆପଡ଼ାବାସୀ ଓ ବିକାଶର ବିଜୟ ବୋଲି ଢୋଲକିଆ କହିଛନ୍ତି । ରାଜ୍ୟ ବିଜେପି କର୍ମକର୍ତ୍ତା , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ବିଜୟ ବୋଲି କହିଛନ୍ତି ଜୟ । ଆଗାମୀ ଦିନରେ ନୂଆପଡ଼ାରେ ଥିବା ଅନେକ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛି । ଏହା ସହିତ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ବିରୋଧୀଙ୍କ କାମ ହେଲା କହିବା । ଏଥିରେ ତାଙ୍କୁ କିଛିଫରକ୍ ପଡ଼ିବ ନାହିଁ ବୋଲି କହିଛନ୍ତି ।
ବିଜୟପରେ ଆଜି ଜୟ ଢୋଲକିଆ ପୁରୀ ଯିବେ । ସେଠାରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିବେ ।


