ଯାତ୍ରା ବିବାଦ ,ନିଶାଙ୍କୁ ଚେୟାର ମାଡ଼

ଯାତ୍ରା ବିବାଦ ,ନିଶାଙ୍କୁ ଚେୟାର ମାଡ଼
Samaya Live News Picture
Published On

ଆଠଗଡ: ନିଶା ମହାରଣାଙ୍କୁ ଚେୟାର ମାଡ଼ । ଆପତ୍ତି ଜଣକ ଦୃଶ୍ୟ ବେଳେ ଯାତ୍ରା ମଞ୍ଚ ଉପରେ ଉଡ଼ିଲା ଚେୟାର । ମଞ୍ଚ ଉପରେ ଅଭିନୟ କରୁଥିବାବେଳେ ଚେୟାର ଓ ପାଣି ବୋତଲ ମାଡ଼ ହୋଇଥିଲା । ଗତକାଲି ଆଠଗଡ କଇଥ ଛକ ଠାରେ ତାରିଣୀ ଗଣନାଟ୍ୟର ଯାତ୍ରା ଚାଲିଥିବା ବେଳେ ଏଇଭଳି ଦୃଶ୍ୟ ଦେଖିବାକୁ ମିଳିଛି । 

ରବିବାର ଆଠଗଡ କଇଥ ଛକଠାରେ ତାରିଣୀ ଗଣନାଟ୍ୟର ପ୍ରଥମ ରାତିର ନାଟକ “ନିଶା ନିଶା ରାତି” ରେ ଅଭିନୟ କରୁଥିଲେ । ଏହି ସମୟରେ ସେ ଏକ ଆପତ୍ତିଜନକ ଦୃଶ୍ୟ ପରିବେଷଣ କରିଥିଲେ ।  ଷ୍ଟେଜ ଉପରେ ପ୍ରଦର୍ଶନ କରାଯାଉଥିବା ଏକ ଦୃଶ୍ୟକୁ ଦେଖି ଦର୍ଶକ ତାତିବା ସହ ଅତିଷ୍ଠ ହୋଇ ଚେୟାର ଓ ପାଣି ବୋତଲ ମାଡ କରିଥିଲେ । ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏନେଇ ନିଶାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Tags: