ଭିଜିଲାନ୍‌ସଙ୍କ ହାତରେ ଯାଜପୁର ତହସିଲ ସେକ୍‌ସନ ଅଫିସ: ୪ କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାରେ ଗିରଫ

ଯାଜପୁର: ଜୁନ୍‌ ୨୨: ନିକଟରେ ଅର୍ଥ ଦୁର୍ନୀତି ମାମଲାରେ ଯାଜପୁ ତହସିଲର ପୂର୍ବତନ ନାଜିର୍‌ ରଜତ କୁମାର ରାଉତଙ୍କୁ ଭିଜିଲାନ୍‌ସ ଗିରଫ କରିଥିଲା ବେଳେ ଏହି ଘଟଣାରେ ଆଉ ଜଣଙ୍କୁ ଗିରଫ କରାଯାଇଛି । ସେ ହେଉଛନ୍ତି ଯାଜପୁର ତହସିଲର ସେକ୍‌ସନ୍‌ ଅଫିସର ଅଜୟ କୁମାର ସାହୁ । ୨୦୦୬ରୁ ୨୦୧୬ ମସିହା ମଧ୍ୟରେ ଯାଜପୁର ତହସିଲରେ ୪ କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ଅର୍ଥ ଅପବ୍ୟବହାର ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ଗିରଫ […]

Samaya Live Picture
Published On

ଯାଜପୁର: ଜୁନ୍‌ ୨୨: ନିକଟରେ ଅର୍ଥ ଦୁର୍ନୀତି ମାମଲାରେ ଯାଜପୁ ତହସିଲର ପୂର୍ବତନ ନାଜିର୍‌ ରଜତ କୁମାର ରାଉତଙ୍କୁ ଭିଜିଲାନ୍‌ସ ଗିରଫ କରିଥିଲା ବେଳେ ଏହି ଘଟଣାରେ ଆଉ ଜଣଙ୍କୁ ଗିରଫ କରାଯାଇଛି । ସେ ହେଉଛନ୍ତି ଯାଜପୁର ତହସିଲର ସେକ୍‌ସନ୍‌ ଅଫିସର ଅଜୟ କୁମାର ସାହୁ । ୨୦୦୬ରୁ ୨୦୧୬ ମସିହା ମଧ୍ୟରେ ଯାଜପୁର ତହସିଲରେ ୪ କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ଅର୍ଥ ଅପବ୍ୟବହାର ଘଟଣାରେ ତାଙ୍କୁ ଗିରଫ କରାଯାଇଛି ।

ଗିରଫ ଅଜୟ ଏବେ ବିrାରପୁର ତହସିଲରେ ସେକ୍‌ସନ୍‌ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ସେ ଯାଜପୁର ତହସିଲରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରୁଥିଲେ ।

ସୂଚନା ଥାଉଯେ, ଯାଜପୁର ତହସିଲରେ ବିଭିନ୍ନ ବିଭାଗରୁ ଆଦାୟ ହୋଇଥିବା ରାଜସ୍ୱରୁ ୪କୋଟି ୯୫ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ପୂର୍ବରୁ ରଜତଙ୍କୁ ଭିଜିଲାନ୍‌ସ ଖୋଜୁଥିଲା । ଗିରଫ ହୋଇଥିବା ରଜତ ୬ ବର୍ଷ ହେଲା ଫେରାର ଥିଲେ । ସେ ବାରମ୍ବାର ମୋବାଇଲ ନମ୍ବର ବଦଳାଇବା ସହ ଘର ସହିତ ଯୋଗାଯୋଗ ରଖିନଥିଲେ । ଏପରିକି ନାମ ପରିବର୍ତ୍ତନ କରି ରଜତ ମହାପାତ୍ର ନାମରେ ଦ୍ୱିତୀୟ ପନିୀଙ୍କ ସହିତ କଟକ ସିଡିଏରେ ଆତ୍ମଗୋପନ କରିଥିଲେ । ଭିଜିଲାନ୍‌ସ ଟିମ୍‌ ବାରମ୍ବାର ଉଦ୍ୟମ କରି ମଧ୍ୟ ରଜତଙ୍କ ପତ୍ତା ପାଉନଥିଲେ । ରଜତଙ୍କୁ ଧରିବାପାଇଁ ଭିଜିଲାନ୍‌ସର ଟିମ୍‌ର ସତନ୍ତ୍ର ଟିମ୍‌ ଗଠନ ହୋଇଥିଲା । ଗତ ୭ତାରିଖ ଭୋର ସମୟରେ ରଜତ ରହୁଥିବା ସିଡିଏର ଭଡ଼ାଘରେ ଚଢ଼ାଉ କରାଯାଇଥିଲା । ମାତ୍ର, ଅନ୍ଧାର ସୁଯୋଗରେ ଖସିଯିବାକୁ ବସିଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ ।