ପିହୁ ନିଖୋଜ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ଯାଜପୁର ସାଂସଦ

ପିହୁ ନିଖୋଜ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ଯାଜପୁର ସାଂସଦ
Samaya Live News Picture
Published On

ଯାଜପୁର : ବହୁଚର୍ଚ୍ଚିତ ଯାଜପୁର ର କୁନି ଝିଅ ପିହୁ ନିଖୋଜ ମାମଲା । ଘଟଣାକୁ ୬ ବର୍ଷ ବିତି ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶିଶୁଟିର କୌଣସି ଖୋଜଖବର ମିଳିପାରିନାହିଁ । ଘର ଅଗଣାରେ ଖେଳୁ ଥିବାବେଳେ ୨୦୨୦ ଅଗଷ୍ଟ ୯ ତାରିଖରେ ଅଢେଇ ବର୍ଷର ପିହୁ କେଉଁ ଆଡେ ନିଖୋଜ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ମା' ମୋନାଲିସା ଦୀର୍ଘ ବର୍ଷ ଧରି ପୁଲିସ, ପ୍ରଶାସନ ର ଦ୍ୱାରସ୍ଥ ହୋଇ ଝିଅକୁ ଖୋଜିବା ପାଇଁ ନେହୁରା ହୋଇଥିଲେ  ।

ଏପରିକି ସେ ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନ କରିବା ସହ ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଏତେ ବର୍ଷ ପରେ ବି ଝିଅର ସନ୍ଧାନ ନମିଳିବାରୁ ସେ ପୋଲିସ ଏବଂ ପ୍ରଶାସନର ନିଷ୍କ୍ରିୟତାକୁ ଦାୟୀ କରିଥିଲେ । ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ପିହୁକୁ ନ୍ୟାୟ ପ୍ରଦାନ ପାଇଁ ମାମଲା କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସହ ଯାଜପୁର ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ମାମଲାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ।  

Tags: